Advertisment

Son-in-law: ଜ୍ବାଇଁ ଜାଳିଦେଲା ଶ୍ବଶୁର ଘର

ଶ୍ବଶୁର ଘରେ ନିଆଁ ଲଗାଇଦେଲା ଜ୍ବାଇଁ। ଚମ୍ପୁଆ ମଙ୍ଗଳପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବାହାରପଟୁ କବାଟ ବନ୍ଦ କରି ନିଆଁ ଲଗାଇଦେଲା। ଜ୍ବାଇଁ ଫେରାର ଅଛି।

fire

fire Photograph: (OTV)

Advertisment

ଶ୍ବଶୁର ଘରେ ନିଆଁ ଲଗାଇଦେଲା ମଦୁଆ ଜ୍ବାଇଁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ମଙ୍ଗଳପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହରୁ ଘର ଜ୍ବାଇଁର ଉନ୍ମତକାଣ୍ଡ । ଗତକାଲି ରାତିରେ ଶିବ ନାଏକଙ୍କ ଜ୍ବାଇଁ ଅଙ୍କୁର ଷଡ଼ଙ୍ଗୀ ନିଶାଗ୍ରସ୍ତ ଅବସ୍ଥାରେ ଘରେ ଗଣ୍ଡଗୋଳ କରିଥିଲା । 
ପରେ ସମସ୍ତେ ଶୋଇଥିବାବେଳେ ବାହାରପଟୁ କବାଟ ବନ୍ଦ କରି ଘରେ ନିଆଁ ଲଗାଇଦେଇଥିଲା । ପଡ଼ୋଶୀ ଘର ଲୋକ କବାଟ ଖୋଲିବା ପରେ ଘରୁ ଶ୍ବଶୂର ଓ ସ୍ତ୍ରୀ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଜ୍ବାଇଁ ଅଙ୍କୁର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Advertisment
Son-in-law
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ