Advertisment

ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପୁଅ ମୃତ, ବାପା ଗୁରୁତର

ବାଙ୍କୀ: କଟକ ଜିଲ୍ଲା ବାଙ୍କି ଟାଉନରେ ଚର୍ଚିକା ସାହି ଭିତରେ ଆଜି ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରିର ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ହେଉଛି ରାଜା ସାହୁ(୨୫)। ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ମଧ୍ୟ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ଅନୁଯାୟୀ, ଚର୍ଚିକା ସାହି ଭିତରେ ଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ଆଜି ୧୧ଟା ବେଳେ ହଠାତ୍‌ ବିସ୍ଫୋରଣ […]

ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପୁଅ ମୃତ, ବାପା ଗୁରୁତର

fire

Advertisment

ବାଙ୍କୀ: କଟକ ଜିଲ୍ଲା ବାଙ୍କି ଟାଉନରେ ଚର୍ଚିକା ସାହି ଭିତରେ ଆଜି ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରିର ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ହେଉଛି ରାଜା ସାହୁ(୨୫)। ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ମଧ୍ୟ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଖବର ଅନୁଯାୟୀ, ଚର୍ଚିକା ସାହି ଭିତରେ ଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ଆଜି ୧୧ଟା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା । ଉକ୍ତ ସମୟରେ ବାଙ୍କୀ ଅଧୀନ ଠନାପଲି ଗ୍ରାମର ସୁଶାନ୍ତ ଓ ରାଜା ସାହୁ କାମ କରୁଥିଲେ। ରାଜାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବାପା ସୁଶାନ୍ତଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଦମକଳ ବାହିନୀଙ୍କ କହିବା ଅନୁଯାୟୀ, ଉଭୟ ବାପା ଓ ପୁଅଙ୍କୁ ବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ପୁଅକୁ ମୃତ୍ୟୁ ଘୋଷଣା କରିଥିଲା ବେଳେ ଗୁରୁତର ସୁଶାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ