snake
ପଟ୍ଟାମୁଣ୍ଡାଇ : ଖାଦ୍ୟରୁ ବାହାରିଲା ମଲା ବିଷଧର ସାପ । ଯାହାକୁ ନେଇ ଚର୍ଚ୍ଚା ଜୋର । ଏହି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗ୍ରାମରେ ।
ମିଳିଥିବା ସୂଚନା ମୁତାବକ , ଏସ.ଏଚ.ଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଭୋଜି କରୁଥିଲେ। ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏକ ବିଷଧର ମଲା ଚିତି ସାପ ଦେଖିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଛନକା ପସିଥିଲା। ମନରେ ଭୟ ସୃଷ୍ଟି ହେବାରୁ ୫୦ରୁ ଉର୍ଦ୍ଧ୍ୱ ଲୋକ ପଟ୍ଟାମୁଣ୍ଡାଇ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କର ଇସିଜି ଓ ରକ୍ତ ପରୀକ୍ଷା କରାଯାଇଥିବା କହିଛନ୍ତି ଡାକ୍ତର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/snake-3_1626690680.jpg)