Smoke Scare at Paradip Port Photograph: (OTV)
ପାରାଦୀପ ବନ୍ଦରରେ ଅଘଟଣ। କୋଇଲା ବୋଝେଇ ଜାହାଜରେ ନିଆଁ। କୋଇଲା ଲୋଡିଂ ବେଳେ ନିଆଁ କୁହୁଳି ପ୍ରଚୁର ଧୂଆଁ ବାହାରିଛି। ପାରାଦୀପ ବନ୍ଦର IOB ବର୍ଥରେ ଜାହାଜରେ ବୋଝେଇ ହେଉଥିବା କୋଇଲା କୁହୁଳି ଧୂଆଁ ବାହାରିବାରୁ ତୁରନ୍ତ ଆକ୍ସନ ନିଆଯାଇଛି।
ଅତ୍ୟଧିକ ଧୂଆଁ ବାହାରିବାରୁ CQ-2 ବର୍ଥକୁ ଜାହାଜ ସ୍ଥାନାନ୍ତର କରାଯାଇ କୋଇଲା ଅନଲୋଡ କରାଯାଇଛି। ଗତ ରାତିରେ ଜାହାଜ MV ଇକୋ କଲୋନେଲ ମନୋର୍ଭିଆରେ ତାପଜ କୋଇଲା ବୋଝେଇ କରାଯାଉଥିଲା। ବୋଝେଇ ହୋଇଥିବା କୋଇଲାରୁ ଖୁବ ଜୋରରେ ଧୂଆଁ ବାହାରିଥିଲା।
ଫଳରେ ଅନ୍ୟ ଏକ ବର୍ଥକୁ ଜାହାଜ ସ୍ଥାନାନ୍ତର କରି କୋଇଲା ଅନଲୋଡ କରାଯାଇଛି। ଅଗ୍ନିଶମ ବାହିନୀ କୋଇଲାରେ ପାଣି ପକାଇ ଧୂଆଁ ବନ୍ଦ କରିଛନ୍ତି। ଏବେ ସ୍ଥିତି ସ୍ବାଭାବିକ ଥିବା ଜଣାପଡ଼ିଛି।
• କୋଇଲା ବୋଝେଇ ଜାହାଜରେ ନିଆଁ!
• ପାରାଦୀପ ବନ୍ଦରରେ କୋଇଲା ବୋଝେଇ ଜାହାଜରେ ନିଆଁ
• IOB ବର୍ଥରେ କୋଇଲା ବୋଝେଇ ବେଳେ ନିଆଁ ଲାଗିଲା
• କୋଇଲା କୁହୁଳି ପ୍ରଚୁର ଧୂଆଁ ବାହାରିଥିଲା
• ଜାହାଜଟି CQ-2 ବର୍ଥକୁ ସ୍ଥାନାନ୍ତର, ଅନଲୋଡ୍ ହେଲା କୋଇଲା
• ଅଗ୍ନିଶମ ବାହିନୀ କୋଇଲାରେ ପାଣି ପକାଇ ଧୂଆଁ ବନ୍ଦ କରିଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/30/smoke-scare-at-paradip-port-2025-11-30-09-29-01.jpg)