Advertisment

ସ୍ମିତାରାଣୀଙ୍କୁ ନ୍ୟାୟ ପାଇଁ ବିଜେପିର ରଣନୀତି

ଭୁବନେଶ୍ୱର : ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭା ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣ ସମ୍ପର୍କରେ ବିଜେପି ବିଧାୟକମାନେ ଆଜି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ନିଜର ଆପତ୍ତି ଅଭିଯୋଗ ଜଣାଇଛନ୍ତି। ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ସ୍ମିତାରାଣୀଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାକୁ […]

ସ୍ମିତାରାଣୀଙ୍କୁ ନ୍ୟାୟ ପାଇଁ ବିଜେପିର ରଣନୀତି

smita

Advertisment

ଭୁବନେଶ୍ୱର : ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭା ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣ ସମ୍ପର୍କରେ ବିଜେପି ବିଧାୟକମାନେ ଆଜି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ନିଜର ଆପତ୍ତି ଅଭିଯୋଗ ଜଣାଇଛନ୍ତି।

Advertisment

ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ସ୍ମିତାରାଣୀଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ସରକାରୀ ଷଡ଼ଯନ୍ତ୍ର ଚାଲିଥିବାରୁ ବିଜେପି ବିଧାୟକମାନେ ବିଧାନସଭାରେ ମୋସନ ଆଣି ଏହାର ଆଲୋଚନା ଚାହୁଁଥିଲେ। ମାତ୍ର ବାଚସ୍ପତି ଏହି ଦାବିକୁ ଗ୍ରହଣ କଲେ ନାହିଁ। ସଂଖ୍ୟା ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳ ବିଜେପିର ମୋସନ ଉପରେ ଆଲୋଚନା ପାଇଁ ଗୃହକୁ ସୁଯୋଗ ଦେବା ସଂସଦୀୟ ପରମ୍ପରା। ସ୍ୱାଭାବିକ ଭାବେ ଗୃହରେ ପ୍ରସଙ୍ଗ ରଖିବା ପାଇଁ ବିଜେପିକୁ ବାଚସ୍ପତି ସୁଯୋଗ ଦେବା କଥା। ବିଜେପି ବିଧାୟକମାନେ ଏହା ବିରୋଧରେ ଗତ ୩ ଦିନ ଧରି ଗାନ୍ଧୀ ମୂର୍ତ୍ତି ପାଖେ ନିରବ ପ୍ରତିବାଦ କରିଆସୁଛନ୍ତି। ମାତ୍ର ବାଚସ୍ପତି ଏବେ ସୁଦ୍ଧା ମୋସନ୍ ଆଣି ଆଲୋଚନା କରିବା ପାଇଁ ଚାହିଁଲେ ନାହିଁ। ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ରାଜ୍ୟପାଳ ଏନେଇ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ବିଧାୟକମାନେ ଦାବି ଜଣାଇଛନ୍ତି।

ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ଯେ, ସ୍ମିତାରାଣୀ ହତ୍ୟା ବିଷୟରେ ଗୃହରେ କୌଣସି ତଥ୍ୟ ରେକର୍ଡ ହେଉ ବୋଲି ବାଚସ୍ପତି ଚାହୁଁନାହାନ୍ତି। ବିଧାନସଭା ଅଧିବେଶନର ପ୍ରଥମ ଦିନ ବିରୋଧୀ ଦଳ ନେତା ଠିଆ ହୋଇ କହୁଥିବା ବାଚସ୍ପତି ଦେଖିପାରିଲେନି। ପରେ କ୍ଷମତା ମାଗିଲେ। ଆଜି ମଧ୍ୟ ବିରୋଧୀ ଦଳ ନେତା କହୁଥିବାବେଳେ ଗୃହକୁ ବାଚସ୍ପତି ମୁଲତବୀ କରିଦେଲେ। ବାଚସ୍ପତିଙ୍କ ଏଭଳି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବିଜେପି ବିଧାୟକମାନେ କହିବା ସହ ଆଗାମୀ ଦିନରେ ସ୍ମିତାରାଣୀ ଓ ଧାନକିଣା ଅନିୟମିତତା ଆଦି ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଯିବ ବୋଲି ଶ୍ରୀ ନାଏକ କହିଛନ୍ତି। ବିଜେପିର ସମସ୍ତ ବିଧାୟକ ଓ ବିଧାୟକ ଆଜି ଏକ ଶୋଭାଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ