Advertisment

ଭୁବନେଶ୍ୱରରେ ୨୬ତାରିଖରୁ ଗଡ଼ିବ ସ୍ମାର୍ଟ ସାଇକେଲ୍

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ସ୍ମାର୍ଟ ସାଇକେଲ ଟ୍ରାକ୍‌। ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡାରେ ନାଲି ରଙ୍ଗର ଚାଦର ବିଛାଯାଇଛି। ତା ଉପରେ ନଭେମ୍ବର ୨୬ରୁ ଗଡିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲର ସିମ୍ବଲ ବି ଦିଅାଯାଇଛି। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୧୪ ଶହ ସାଇକେଲ। ଅାସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ହଜାରେ ସାଇକେଲ ଗଡିବ। ସାଇକେଲ ଷ୍ଟାଣ୍ଡ ପାଇଁ ୧୨୦ଟି ସ୍ଥାନ ଚିହ୍ନଟ […]

author-image
Pradesh Pratyush
ଭୁବନେଶ୍ୱରରେ ୨୬ତାରିଖରୁ ଗଡ଼ିବ ସ୍ମାର୍ଟ ସାଇକେଲ୍

cycle

ଭୁବନେଶ୍ୱର : ସ୍ମାର୍ଟ ସିଟିରେ ସ୍ମାର୍ଟ ସାଇକେଲ ଟ୍ରାକ୍‌। ରାସ୍ତାକୁ ବିଭକ୍ତିକରଣ କରାନଯାଇ ୩ ଫୁଟ ଚୌଡାରେ ନାଲି ରଙ୍ଗର ଚାଦର ବିଛାଯାଇଛି। ତା ଉପରେ ନଭେମ୍ବର ୨୬ରୁ ଗଡିବ ସାଇକେଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲର ସିମ୍ବଲ ବି ଦିଅାଯାଇଛି। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୧୪ ଶହ ସାଇକେଲ।

Advertisment

publive-imageଅାସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ହଜାରେ ସାଇକେଲ ଗଡିବ। ସାଇକେଲ ଷ୍ଟାଣ୍ଡ ପାଇଁ ୧୨୦ଟି ସ୍ଥାନ ଚିହ୍ନଟ କରିଛି ବିଏମ୍‌ସି। ଖୁବ୍ ଶୀଘ୍ର ଏନେଇ ‘ମୋ ସାଇକେଲ୍’ ନାଁରେ ଏକ ଅାପ୍ ମଧ୍ୟ ଲୋକାର୍ପିତ ହେବ।

publive-imageସେପଟେ ୟୁଲୁ, ୟାନା ଓ ହେକ୍ସି ଭଳି ୩ଟି କମ୍ପାନୀ ସହିତ ଅନୁବନ୍ଧିତ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱର।  ସାଇକେଲ ଚଲାଇବାକୁ ହେଲେ ମାସିକ ୧୦୦ଟଙ୍କାରେ ମେମ୍ବରସିପ୍‌ ଗ୍ରହଣ କରିବେ। ରାଜଧାନୀବାସୀ  ପ୍ରଥମ ୩୦ ମିନିଟ ମାଗଣାରେ ଚଲାଇବାର ସୁଯୋଗ ମିଳିବ। ତେବେ ୨୬ରେ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲେ ବି ଏ ପର୍ଯ୍ୟନ୍ତ ରାଜଧାନୀରେ ସମ୍ପୂର୍ଣ୍ଣ ହୋଇନି ଟ୍ରାକ୍‌ ନିର୍ମାଣ।

Advertisment

କେଉଁଠି ମୁଖ୍ୟ ରାସ୍ତାକୁ ସଙ୍କୁଚିତ କରି ନାଲି ରଙ୍ଗ ଦିଅାଯାଇଛି ତ ଅାଉ କେଉଁଠି ଜବରଦଖଲରେ ଟ୍ରାକ୍‌। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜଧାନୀବାସୀ।

Advertisment
Advertisment