Advertisment

ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ୨ ସେବାୟତ ନିଲମ୍ବିତ

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ହୋଇଥିବା ନୀତି ନିୟମ ଉଲ୍ଲଂଘନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ୨ ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ। ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାକୁ ନେଇ ଶ୍ରୀମନ୍ଦିରର କିଛି  ସେବାୟତ […]

author-image
Rajalaxmi Sahoo
ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ୨ ସେବାୟତ ନିଲମ୍ବିତ

puri

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ହୋଇଥିବା ନୀତି ନିୟମ ଉଲ୍ଲଂଘନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ୨ ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ। ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେଇ ଦର୍ଶନ କରାଇବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ଏହି ଘଟଣାକୁ ନେଇ ଶ୍ରୀମନ୍ଦିରର କିଛି  ସେବାୟତ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନୋଟିସ୍ ଜାରି କରାଯାଇଥିଲା।

‘ଶ୍ରୀମନ୍ଦିର ପ୍ରଶାସନ ମୋତେ ମହାପ୍ରଭୁଙ୍କ ସେବା କରିବାକୁ ଅନୁମତି ଦେଇନାହିଁ। ସେ ମୋର ଅଥରିଟି ନୁହଁନ୍ତି। ମୁଁ ନୋଟିସର ଉତ୍ତର ଦେବିନାହିଁ’ ବୋଲି ସୋମନାଥ ଖୁଣ୍ଟିଆ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜୟନ୍ତୀ ଷଡ଼ଙ୍ଗୀ କହିଛନ୍ତି, ‘ଦିଅଁକୁ ଛୁଇଁବା ପାପ ବୋଲି ଜାଣିଥିଲି। କିନ୍ତୁ ପାହାଚକୁ ମୁଣ୍ଡିଆ ମାରିକି ଛୁଇଁବା ପାପ ବୋଲି ଜାଣିନଥିଲି। ଯଦି ଜାଣିଥାନ୍ତି ସେଠିକି ଯିବାକୁ ବାରଣ କରାଯାଇଛି, ତେବେ ମୁଁ କେବେ ଯାଇନଥାନ୍ତି।’

ଆହୁରି ମଧ୍ୟ ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍

Rathyatra Right
Advertisment
Advertisment