Advertisment

ରମେଶଙ୍କ ସମର୍ଥନରେ ବାହାରିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର। ୫ ଥର ଜିତିଥିବା ବିଧାୟକଙ୍କୁ ଦଳ କାହିଁକି ଟିକେଟ୍ ଦେବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଚ୍ୟାଉପଟ୍ଟନାୟକ ଟିକେଟ୍ ନପାଇ ଯଦି ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସିଦ୍ଧାନ୍ତ। ଏହାସହ ନିଜ ପ୍ରାର୍ଥିତ୍ୱକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ। ସେ କହିଛନ୍ତି, “ଦଳ ତାଙ୍କୁ ଦୁଇ […]

ରମେଶଙ୍କ ସମର୍ଥନରେ ବାହାରିଲେ ସିଦ୍ଧାନ୍ତ

sidharnta

Advertisment

ଭୁବନେଶ୍ୱର: ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର। ୫ ଥର ଜିତିଥିବା ବିଧାୟକଙ୍କୁ ଦଳ କାହିଁକି ଟିକେଟ୍ ଦେବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଚ୍ୟାଉପଟ୍ଟନାୟକ ଟିକେଟ୍ ନପାଇ ଯଦି ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସିଦ୍ଧାନ୍ତ।

Advertisment

ଏହାସହ ନିଜ ପ୍ରାର୍ଥିତ୍ୱକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ। ସେ କହିଛନ୍ତି, “ଦଳ ତାଙ୍କୁ ଦୁଇ ଥର ଲୋକସଭାକୁ ପଠାଇଛି। ଦଳ ଯେତେବେଳେ ଯାହା ଦାୟିତ୍ୱ ଦେବ ତାକୁ ସେ ତୁଲାଇବେ।”

ଚଳିତ ନିର୍ବାଚନରେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟଙ୍କ ଟିକେଟ୍ କଟିବା ଚର୍ଚ୍ଚା ପରେ ବ୍ରହ୍ମପୁର ବିଜେଡିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଗତକାଲି ବ୍ରହ୍ମପୁରରେ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ମେଳି ବାନ୍ଧିଥିବା ଘଟଣା ସାମ୍ନାକୁ ଆସିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ