Advertisment

ଇଏ ଆଉ ଜଣେ ଭକ୍ତ 'ସାଲବେଗ': ଷ୍ଟୁଡିଓରେ ପ୍ରଥମ ଗୀତ ଗାଇଲେ ଅବଦୁଲ

ଭୁବନେଶ୍ୱର: ଲୁକ୍କାୟିତ ପ୍ରତିଭାକୁ ପୁଣି ଥରେ ସର୍ବସମ୍ମୁଖରେ ଆଣିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଜଣେ ମୁସଲମାନ କଣ୍ଠଶିଳ୍ପୀଙ୍କ ମୁହଁରୁ ବାହାରିଲା ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଭଜନ। କିଛି ଦିନ ପୂର୍ବରୁ ପ୍ରତିଭାବାନ କଣ୍ଠଶିଳ୍ପୀ ଅବଦୁଲ ସମାଦ ନିଜାମିଙ୍କ ଜଗନ୍ନାଥ ଭଜନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଅବଦୁଲଙ୍କୁ ବ୍ୟକ୍ତିଗତ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭେଟିଥିଲେ। ଆଉ ଯାହା କଥା ଦେଇଥିଲେ, ତାହା କରି ଦେଖାଇଲେ। ତେବେ ଷ୍ଟୁଡିଓରେ ଗୀତ ଗାଇଛନ୍ତି ଅବଦୁଲ ସମାଦ ନିଜାମି। […]

ଇଏ ଆଉ ଜଣେ ଭକ୍ତ 'ସାଲବେଗ':  ଷ୍ଟୁଡିଓରେ ପ୍ରଥମ ଗୀତ ଗାଇଲେ ଅବଦୁଲ

sam-sir-pkg

Advertisment

ଭୁବନେଶ୍ୱର: ଲୁକ୍କାୟିତ ପ୍ରତିଭାକୁ ପୁଣି ଥରେ ସର୍ବସମ୍ମୁଖରେ ଆଣିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଜଣେ ମୁସଲମାନ କଣ୍ଠଶିଳ୍ପୀଙ୍କ ମୁହଁରୁ ବାହାରିଲା ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଭଜନ। କିଛି ଦିନ ପୂର୍ବରୁ ପ୍ରତିଭାବାନ କଣ୍ଠଶିଳ୍ପୀ ଅବଦୁଲ ସମାଦ ନିଜାମିଙ୍କ ଜଗନ୍ନାଥ ଭଜନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଅବଦୁଲଙ୍କୁ ବ୍ୟକ୍ତିଗତ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭେଟିଥିଲେ। ଆଉ ଯାହା କଥା ଦେଇଥିଲେ, ତାହା କରି ଦେଖାଇଲେ।

Advertisment

publive-imageତେବେ ଷ୍ଟୁଡିଓରେ ଗୀତ ଗାଇଛନ୍ତି ଅବଦୁଲ ସମାଦ ନିଜାମି। ଏନେଇ ବର୍ଷା ତାଙ୍କ ଫେସବୁକ୍ ପେଜ୍‌ରେ ମଧ୍ୟ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ  ''କିଛି ଦିନ ପୂର୍ବରୁ ମୁଁ ପ୍ରତିଭାବାନ କଣ୍ଠଶିଳ୍ପୀ ଶ୍ରୀ ଅବଦୁଲ ସମାଦ ନିଜାମି (ସାମ୍ ସାର୍) ଙ୍କ ବିଷୟରେ ପୋଷ୍ଟ କରିଥିଲି । ଆପଣ ସମସ୍ତଙ୍କୁ ଜଣାଇବା ପାଇଁ ମୁଁ ବହୁତ ଆନନ୍ଦିତ ଯେ ସେ ତାଙ୍କର ପ୍ରଥମ ଗୀତ, ମହାପ୍ରଭୂ ଜଗନ୍ନାଥଙ୍କ ପ୍ରତି ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଆଜି କଟକ ସ୍ଥିତ ପ୍ରତିଭା ଷ୍ଟୁଡିଓରେ ରେକର୍ଡ କରିଛନ୍ତି । ଏହି ଭକ୍ତିଭାବ ପୂର୍ଣ୍ଣ ରଚନା ପାଇଁ ପ୍ରେମାନନ୍ଦ ସାର୍ ଙ୍କୁ ମୋର ହୃଦୟରୁ ଧନ୍ୟବାଦ ।

style="text-transform: initial;">publive-imageମୁଁ ଆଶା କରୁଛି ଆପଣ ସମସ୍ତଙ୍କ ଭଲ ପାଇବା ଏବଂ ଆଶୀର୍ବାଦରୁ ସାମ୍ ସାର୍ ଭବିଷ୍ୟତରେ ଅଧିକ ସଫଳତା ହାସଲ କରି ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ଜାରି ରଖିବେ । ଆମର ଏହି ମହାନ ଦେଶରେ ପରିଚୟ ପାଇବା ପାଇଁ ଅପେକ୍ଷାରତ ଅଛନ୍ତି ଅନେକ ସାମ୍ ସାର୍ । ପ୍ରତିଭାକୁ ପ୍ରୋତ୍ସାହନ ଓ ସମର୍ଥନ ଜାରି ରଖିବା ପାଇଁ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ।''

Advertisment
publive-imageସେହିପରି ସୁଦୁର କୋରାପୁଟିଆ ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନକୁ ମଧ୍ୟ ବର୍ଷା ସାକାର କରିଥିଲେ। ନିଜ ସୁମଧୁର କଣ୍ଠ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚିତ କୋରାପୁଟ ବନ୍ଧୁଗାଁର ନମିତା ମେଲକା  କଟକର ଏକ ଷ୍ଟୁଡିଓରେ ଗୀତ ଗାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତାଙ୍କ କଣ୍ଠରେ ଗୀତ ରେକର୍ଡିଂ କରାଯାଇଥିଲା। ବନ୍ଧୁଗା ବ୍ଲକ ଚିନ୍ତାଗୁଡ଼ା ଗାଁର ନମିତାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ