Advertisment

Ganja Smuggling: ଗଞ୍ଜେଇ ଚାଲାଣର ନୂଆ ତରିକା: ଦେଖିଲେ ଆପଣ ବି ହୋଇଯିବେ ତାଜୁବ୍

ଗଞ୍ଜେଇ ଚାଲାଣର ନୂଆ ତରିକା। ବାବୁ ମାନଙ୍କ ଆଇଡିଆ ଦେଖିଲେ ଆପଣ ବି ହୋଇଯିବେ ତାଜୁବ୍ ହୋଇଯିବେ। ଶରୀରରେ ଗଞ୍ଜେଇକୁ ଷ୍ଟିକର୍ ମାରି ତା ଉପରେ ସାର୍ଟ ପିନ୍ଧି ଚାଲାଣ କରୁଥିଲେ।

Bolangir-Ganjei

Bolangir-Ganjei Photograph: (OTV)

Advertisment

ଗଞ୍ଜେଇ ଚାଲାଣ (Ganja Smuggling) ର ନୂଆ ତରିକା। ବାବୁ ମାନଙ୍କ ଆଇଡିଆ ଦେଖିଲେ ଆପଣବି ହୋଇଯିବେ ତାଜୁବ୍ ହୋଇଯିବେ। ବାଇକ୍, ବୋଲେରୋ କି ବ୍ୟାଗରେ ନୁହେଁ, ଶରୀରରେ ଗଞ୍ଜେଇକୁ ଷ୍ଟିକର୍ ମାରି ତା ଉପରେ ସାର୍ଟ ପିନ୍ଧି ଚାଲାଣ କରୁଥିଲେ ୬ ଜଣ ଯୁବକ। ଯାହାର ପର୍ଦ୍ଦାଫାସ କରିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳବାଇ ପୋଲିସ। ଷ୍ଟେସନ ଭିତରୁ ଆସୁଥିବାବେଳେ ଏହି ୬ଜଣ ଯୁବକଙ୍କ ଶରୀରରୁ ଗଞ୍ଜେଇ ଗନ୍ଧ ବାରିପାରିଥିଲା ରେଳବାଇ ପୋଲିସ। ପରେ ଏମାନଙ୍କୁ ଅଟକ ରଖି ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ତାଜୁବ୍ କଲାଭଳି ଦୃଶ୍ୟ। ଦେହରେ ଗଞ୍ଜେଇ ରଖି ସେଥିରେ ଷ୍ଟିକର୍ ମାରିଦେଇଥିଲେ ଅଭିଯୁକ୍ତ । ତା ଉପରେ ସାର୍ଟ ପିନ୍ଧି ଅଭିନବ ଉପାୟରେ ଚାଲାଣ କରୁଥିଲେ।
ଦେଖୁନାହାନ୍ତି କେଡ଼େ ସିଆଣିଆ ଏମାନେ। ପତଳା ଶରୀରର ପୁରା ଫାଇଦା ଉଠାଇଥିଲେ ଏ ବାବୁ ମାନେ। ଗଞ୍ଜେଇ ସବୁକୁ ପ୍ୟାକେଟରେ ପୁରାଇ ସାପ ଗୁରେଇ ହେଲା ଭଳି ଅଣ୍ଟା ଚାରିପଟେ ଗୁଡ଼ାଇ ବାନ୍ଧି ଦେଇଥିଲେ। ଧରା ପଡ଼ିବେନି ବୋଲି ବଡ଼ ସାଇଜ ସାର୍ଟ ମଧ୍ୟ ପିନ୍ଧିଦେଇଥିଲେ। ଭାବିଥିଲେ ବିଲେଇ ଆଖି ବୁଜି ବୁଜି କ୍ଷୀର ପିଇଦେବ ଆଉ କେହି ଜାଣି ପାରିବେ ନାହିଁ। ହେଲେ ଏହି ସିଆଣିଆ ମାନଙ୍କ ସବୁ ଅଙ୍କ ଭୁଲ ହୋଇଯାଇଥିଲା। 
ଷ୍ଟେସନରେ ଏହି ଚାଲାଣକାରୀଙ୍କ ଦେହ ଭଣ ଭଣ ହୋଇ ଗଞ୍ଜେଇ ଗନ୍ଧ ହେଉଥିଲା। ଯାହା ପୋଲିସ ନାକରେ ବାଜିଥିଲା। ସେମାନଙ୍କୁ ଅଟକାଇ ସାର୍ଟ ଖୋଲିବାକୁ କହିବାରୁ ଏ ବଡ଼ ଚୋରା ଚାଲାଣର ଫର୍ଦାଫାସ ହୋଇଥିଲା। ଅଭିଯୁକ୍ତ ମାନଙ୍କଠାରୁ ପ୍ରାୟ ୨ ଲକ୍ଷ ୨୨ ହଜାର ଟଙ୍କାର ଗଞ୍ଜେଇ ଜବତ କରିଥିଲା ପୋଲିସ। ଏବେ ଏହି ଘଟଣାର ଅଧିକ ତଦନ୍ତ କରୁଛି ରେଳବାଇ ପୋଲିସ ।

Advertisment

ଅଧିକ ଦେଖନ୍ତୁ:

Ganja Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ