Advertisment

Shishir Saras Mela 2026: ଶିଶିର ସରସ ମେଳା ୨୦୨୬ ଆରମ୍ଭ, ପ୍ରତିଦିନ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ

ଉଦଘାଟିତ ହେଲା ଶିଶିର ସରସ ମେଳା ୨୦୨୬। ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ମେଳା। ଜାନୁଆରୀ ୧୦ରୁ ୧୮ ଯାଏଁ ଶିଶିର ସରସ ମେଳା। ମେଳାରେ ପଡ଼ିଛି ୩୪୦ଟି ବିକ୍ରୟ ଓ ୩୫ଟି ଖାଦ୍ୟ ଷ୍ଟଲ୍।

Sisira Saras Mela

Sisira Saras Mela Photograph: (OTV)

Advertisment

ଉଦଘାଟିତ ହେଲା ଶିଶିର ସରସ ମେଳା ୨୦୨୬। ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ୍ ଓ ପାନୀୟ ଜଳ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜାନୁଆରୀ ୧୦ ତାରିଖରୁ ୧୮ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶିଶିର ସରସ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। 

Advertisment

ଏଥିସହିତ ଉଦଘାଟନୀ ସମାରୋହରେ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ୍, ଓରମାସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୋନିକା ପ୍ରିୟଦର୍ଶିନୀ ଓ ଓରମାସ୍ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ସିଂହ ପ୍ରମୁଖ ଯୋଗଦେଇଥିଲେ। 

ଚଳିତ ବର୍ଷ  ‘ଶିଶିର ସରସ’ ମେଳାରେ ମୋଟ୍ ୩୪୦ ଟି ବିକ୍ରୟ ଷ୍ଟଲ୍ ଓ ୩୫ ଟି ଖାଦ୍ୟ ଷ୍ଟଲ୍ ରହିଛି। ଅନୁଷ୍ଠିତ ମେଗା ମେଳାରେ ଓଡ଼ିଶାର ୩୦ ଜିଲ୍ଲା ସହିତ ଦେଶର ଅନ୍ୟ ୨୦ ଟି ରାଜ୍ୟର କାରିଗର ଓ ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି।ଅନ୍ୟପଟେ ଚଳିତ ‘ଶିଶିର ସରସ’ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

Advertisment

ଉଦଘାଟିତ ହେଲା ଶିଶିର ସରସ ମେଳା ୨୦୨୬
ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ମେଳା
ଜାନୁଆରୀ ୧୦ରୁ ୧୮ ଯାଏଁ ଶିଶିର ସରସ ମେଳା
ମେଳାରେ ପଡ଼ିଛି ୩୪୦ଟି ବିକ୍ରୟ ଓ ୩୫ଟି ଖାଦ୍ୟ ଷ୍ଟଲ୍

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ