Advertisment

ମାଆ-ପୁଅଙ୍କୁ ଧରିଲେ ସାହି ମହିଳା : ଘରେ କରୁଥିଲେ ଏମିତି ବେପାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍‌ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟାଉନ ଥାନା ଲାଲ୍‌ଟିକ୍ରା ନିକଟସ୍ଥ ଗୋପବନ୍ଧୁନଗର ପଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସାହି ପଡ଼ିଶା ଥାନାରେ ଅଭିଯୋଗ କରିଥିଲେ। […]

ମାଆ-ପୁଅଙ୍କୁ ଧରିଲେ ସାହି ମହିଳା : ଘରେ କରୁଥିଲେ ଏମିତି ବେପାର

house

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍‌ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଟାଉନ ଥାନା ଲାଲ୍‌ଟିକ୍ରା ନିକଟସ୍ଥ ଗୋପବନ୍ଧୁନଗର ପଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ସାହି ପଡ଼ିଶା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପ୍ରମାଣ ଅଭାବରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି ଉକ୍ତ ଘରେ ଦେହବେପାର ଚାଲିଥିବା ଜାଣିପାରି ସାହିର ଶତାଧିକ ମହିଳା ଚଢ଼ଉ କରିଥିଲେ। ଏ ସମ୍ପର୍କରେ ଜାଣିପାରି ଦେହଜୀବୀ ଓ ଜଣେ ଗ୍ରାହକମାନେ ଫେରାର ହୋଇଯାଇଥିଲା।

ମହିଳାମାନେ କୁହାଯାଉଥିବା କିଙ୍ଗପିନ୍‌(ମହିଳା), ତାଙ୍କ ପୁଅ ଓ ଜଣେ ଗ୍ରାହକକୁ କାବୁ କରିନେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଆ-ପୁଅ ଓ ଗ୍ରାହକକୁ ଥାନାକୁ ନେଇ ପଚରାଉଚରା କରୁଛି। ଏପରିକି ସେକ୍ସରାକେଟ ଚାଲିଥିବା ଘର ଭିତରୁ ଅନେକ ଆପତ୍ତିଜନକ ଜିନିଷ ପୁଲିସ ଜବତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ