Advertisment

ଆପାର୍ଟମେଣ୍ଟରେ ଚାଲିଥିଲା ଦେହ ବେପାର

ପୁରୀ: ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୋଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ, ଗତକାଲି ବଳିଆପଣ୍ଡା ଥାନାକୁ ଏକ ଫୋନ କଲ ଆସିଥିଲା। ଏକ ଆପାର୍ଟମେଣ୍ଟରେ ଦୁଇ ଯୁବକଙ୍କୁ ବନ୍ଧକ ରଖାଯାଇଥିବା […]

ଆପାର୍ଟମେଣ୍ଟରେ ଚାଲିଥିଲା ଦେହ ବେପାର

sex-racket

Advertisment

ପୁରୀ: ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୋଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ସୂଚନାରୁ ପ୍ରକାଶ, ଗତକାଲି ବଳିଆପଣ୍ଡା ଥାନାକୁ ଏକ ଫୋନ କଲ ଆସିଥିଲା। ଏକ ଆପାର୍ଟମେଣ୍ଟରେ ଦୁଇ ଯୁବକଙ୍କୁ ବନ୍ଧକ ରଖାଯାଇଥିବା ଫୋନ୍‌ କରିଥିଲେ ବ୍ୟକ୍ତି କହିଥିଲେ। ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଦେହ ବ୍ୟବସାୟ ଚାଲିଥିବା ଜାଣିବାକୁ ପାଇଥିଲା।

ଏପରିକି ଆପାର୍ଟମେଣ୍ଟର ଏକ କୋଠରୀରୁ ଅସଞ୍ଜତ ଅବସ୍ଥାରେ ୨ ଯୁବତୀ ଓ ୨ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲା ପୋଲିସ। ପରେ ଦୁଇ ଯୁବକଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ କିଛି ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଥିଲା। ଏଥି ସହ ସେକ୍ସ ଭିଡିଓ ସୁଟିଂ କରି ବ୍ଲାକମେଲ କରୁଥିବା ଆଉ ୨ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ