Advertisment

'ଭାକ୍ସିନ୍ ନ ବାହାରିବା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହୁ'

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ସେବାୟତ। ଭର୍ଚୁଆଲ୍ ମିଟିଂ ଜରିଆରେ ବିଭିନ୍ନ ନିଯୋଗ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେବେ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ସେବାୟତମାନେ।  ଭାକ୍ସିନ୍ ନ ବାହାରିବା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହୁ ବୋଲି ସେବାୟତମାନେ କହିଛନ୍ତି। ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଲେ ସଂକ୍ରମଣ ବୃଦ୍ଧି ପାଇବ। ଫଳରେ ଶ୍ରୀଜିଉଙ୍କ ନୀତିକାନ୍ତି ଓ ସେବାପୂଜା ବାଧାପ୍ରାପ୍ତ ହେବ ବୋଲି ସେବାୟତ କହିଛନ୍ତି। ରଥଯାତ୍ରାରେ […]

ଅଦ୍ୟତନ ହୋଇଛି
'ଭାକ୍ସିନ୍ ନ ବାହାରିବା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହୁ'

shree

Advertisment

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ସେବାୟତ। ଭର୍ଚୁଆଲ୍ ମିଟିଂ ଜରିଆରେ ବିଭିନ୍ନ ନିଯୋଗ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment

ତେବେ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ସେବାୟତମାନେ।  ଭାକ୍ସିନ୍ ନ ବାହାରିବା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହୁ ବୋଲି ସେବାୟତମାନେ କହିଛନ୍ତି। ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଲେ ସଂକ୍ରମଣ ବୃଦ୍ଧି ପାଇବ। ଫଳରେ ଶ୍ରୀଜିଉଙ୍କ ନୀତିକାନ୍ତି ଓ ସେବାପୂଜା ବାଧାପ୍ରାପ୍ତ ହେବ ବୋଲି ସେବାୟତ କହିଛନ୍ତି।

publive-imageରଥଯାତ୍ରାରେ ଯେପରି ଶ୍ରଦ୍ଧାଳୁମାନେ ସହଯୋଗ କରି ଏଥିରୁ ବିରତ ରହିଲେ, ସେହିପରି ଭାବେ ଆଉ କିଛି ଦିନ ସହଯୋଗ କରିବାକୁ ଭକ୍ତଙ୍କୁ ନିବେଦନ କରିଛନ୍ତି ସେବାୟତ। ସେହିପରି ଯେଉଁ ସେବାୟତମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି ହୋଇଛି।

Advertisment

କରୋନା ବେଳେ ସେବାୟତଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ଅନୁଦାନ ବୃଦ୍ଧି କରିବାକୁ ମଧ୍ୟ ଦାବି ହୋଇଛି। କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଓ ନାଗାର୍ଜୁନ ବେଶରେ ମଧ୍ୟ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ