Advertisment

ଗୁରୁତର ଆର୍ଥିକ ସଙ୍କଟ ମୁହାଁ ଓଡ଼ିଶା !

ଭୁବନେଶ୍ୱର : ଗୁରୁତର ଆର୍ଥିକ ସଙ୍କଟ ଆଡେ ମୁହାଁଉଛନ୍ତି ରାଜ୍ୟ ସରକାର। ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ଚିନ୍ତାଜନକ ଥିବାବେଳେ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ହାସଲ ହୋଇପାରିବ କି ନା ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ କରିଛି ଅର୍ଥ ବିଭାଗ । ସଚିବସ୍ତରୀୟ ବୈଠକ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ ଏହି କାରଣରୁ ହିଁ କାଳିଆ ଭଳି ବିଭିନ୍ନ ସ୍କିମ୍‌ରୁ ଟଙ୍କା କାଣ୍ଟଛାଣ୍ଟ କରାଯାଉଛି । […]

ଗୁରୁତର ଆର୍ଥିକ ସଙ୍କଟ ମୁହାଁ ଓଡ଼ିଶା !

finacial criss

Advertisment

ଭୁବନେଶ୍ୱର : ଗୁରୁତର ଆର୍ଥିକ ସଙ୍କଟ ଆଡେ ମୁହାଁଉଛନ୍ତି ରାଜ୍ୟ ସରକାର। ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ଚିନ୍ତାଜନକ ଥିବାବେଳେ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ହାସଲ ହୋଇପାରିବ କି ନା ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ କରିଛି ଅର୍ଥ ବିଭାଗ । ସଚିବସ୍ତରୀୟ ବୈଠକ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ ଏହି କାରଣରୁ ହିଁ କାଳିଆ ଭଳି ବିଭିନ୍ନ ସ୍କିମ୍‌ରୁ ଟଙ୍କା କାଣ୍ଟଛାଣ୍ଟ କରାଯାଉଛି । ଆଶଙ୍କା କରାଯାଉଛି ଆଗକୁ ଅନ୍ୟ ସ୍କିମ୍ ଉପରେ ମଧ୍ୟ ସମାନ ପ୍ରଭାବ ପଡ଼ିପାରେ।

Advertisment

ଅକ୍ଚୋବର ସୁଦ୍ଧା ଗତବର୍ଷ ଅପେକ୍ଷା ରାଜସ୍ୱ ଆଦାୟ ସାମଗ୍ରିକ ଭାବେ ୮.୯୧ ପ୍ରତିଶତ ବଢିଛି, କିନ୍ତୁ ତାହା ସନ୍ତୋଷଜନକ ନୁହେଁ । ତେବେ ଭାଟ୍ କ୍ଷେତ୍ରରେ ଆଶାନୁରୂପକ ବୃଦ୍ଧି ନହେବା ଏବଂ ବିଦ୍ୟୁତ ଦେୟ କ୍ଷେତ୍ରରେ ରାଜସ୍ୱ ଆଦାୟ କମିଥିବାରୁ ସ୍ଥିତି ଉଦ୍‌ବେଗଜନକ ରହିଛି । ସବୁଠୁ ବେଶୀ ଗୁରୁରୁତ୍ୱପୂର୍ଣ୍ଣ ହେଲା ବର୍ତ୍ତମାନ ସମୟରେ ଖଣି ରାଜସ୍ୱ ସଂଗ୍ରହ ବି କମିଛି। ଯଦି ରାଜସ୍ୱ ଆଦାୟ ଧାରା ଏଭଳି ଜାରି ରହେ ତାହେଲେ ବଜେଟରେ ଲକ୍ଷ୍ୟ ରଖାଯାଇଥିବା ୪୫ ହଜାର କୋଟି ରାଜସ୍ୱ ଟାର୍ଗେଟ୍ ଛୁଇଁପାରିବ ନାହିଁ ବୋଲି ଅର୍ଥ ବିଭାଗ ଆଶଙ୍କା ପ୍ରକାଶ କରିଛି। ଯାହା ରାଜ୍ୟ ଆର୍ଥିକ ସ୍ଥିତିକୁ ଆହୁରି ଖରାପ କରିବାର ସଙ୍କେତ ଦେଉଛି । ତେଣୁ ବିଭିନ୍ନ କଂପାନି ଓ ସଂସ୍ଥା ଉପରେ ବାକିଥିବା ବିଦ୍ୟୁତ୍ ଓ ଜଳ ଦେୟ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଖଣିମନ୍ତ୍ରୀ କିନ୍ତୁ ଏଭଳି ସ୍ଥିତିକୁ ଅସ୍ୱୀକାର କରିଛନ୍ତି। କହିଛନ୍ତି ରାଜ୍ୟରେ ରାଜସ୍ୱ ଆଦାୟ ନେଇ କୌଣସି ଅସୁବିଧା ନାହିଁ।

ଗୋଟିଏ ପଟେ ରାଜସ୍ୱ ଆଦାୟ ଆଶାନୁରୂପକ ନହେବା, ଅନ୍ୟପଟେ କେନ୍ଦ୍ରରୁ ଜିଏସ୍‌ଟି କ୍ଷତିପୂରଣ ବାବଦ ଅର୍ଥ ଠିକ୍‌ରେ ନମିଳିବା ଏବଂ  ଆର୍ଥିକ ମାନ୍ଦାବସ୍ଥା, ରାଜ୍ୟର ଆର୍ଥିକ ପରିଚାଳନା ଉପରେ ଗୁରୁତର ପ୍ରଭାବ ପକାଇଛି। ଏସବୁ କାରଣରୁ କାଳିଆ ଯୋଜନାର ସହାୟତା ରାଶି କମାଇ, କେନ୍ଦ୍ରର ପିଏମ୍-କିଷାନ ଉପରେ ନାଉ ହୋଇ ପାର୍ ହେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର।

Advertisment

ରାଜ୍ୟର ଋଣଭାର ଏବେ ୮୭ ହଜାର କୋଟି ରହିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ପରିମାଣ ୧ଲକ୍ଷ ୬ ହଜାର କୋଟିରେ ପହଞ୍ଚିବ ବୋଲି ଆକଳନ କରିଛି ଅର୍ଥ ବିଭାଗ। ଏଭଳି ସ୍ଥିତିରେ ଘୋଷଣା ହୋଇଥିବା ପ୍ୟାକେଜ୍ ଓ ଚାଲୁ ରହିଥିବା ଲୋକପ୍ରିୟ ଯୋଜନାଗୁଡ଼ିକୁ କିଭଳି ମ୍ୟାନେଜ୍ କରିବେ ତାହା ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ