cm
ଭୁବନେଶ୍ୱର : ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଫ୍ଟ ଆର୍କିଟେକ୍ଚର ପ୍ଲାନ୍ ଲୋକାର୍ପଣ ପରେ ଏହାକୁ ସେବାୟତମାନେ ସ୍ୱାଗତ କରିଛନ୍ତି । କିନ୍ତୁ ସୌନ୍ଦର୍ଯ୍ୟକରଣ ପାଇଁ ଆଉ ସେବାୟତମାନଙ୍କ ଘର ନଭାଙ୍ଗିବା ପାଇଁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସରକାରୀ ଚାକିରି ଯୋଗାଇଦେବାକୁ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ଦାବି କରିଛନ୍ତି । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ଥାୟୀ ସୌନ୍ଦର୍ଯ୍ୟକରଣ ପାଇଁ ଦାବି କରିଛନ୍ତି । ଗତକାଲି ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡର ପାଇଁ ଜମି ଦାନ କରିଥିବା ସମସ୍ତ ବ୍ୟକ୍ତି ଓ ମଠକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ନାଁ କରିଡରର ଏକ ସ୍ଥାୟୀ ଫଳକରେ ଖୋଦେଇ ହୋଇ ରହିବ ବୋଲି ଘୋଷଣା କରିଥିଲେ । ଅଧିଗୃହୀତ ସବୁ ଜମି ଜଗନ୍ନାଥଙ୍କ ନାଁରେ ରେକର୍ଡ ରହିବ।
ଏଥିସହ କରିଡର୍ ପ୍ଲାନ୍ ସଂପର୍କରେ ଜାନୁଆରୀ ୧୫ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ମତାମତ ମିଳିବା ପରେ ଫେବୃଆରୀ ୨୦୨୦ ସୁଦ୍ଧା ଐତିହ୍ୟ କରିଡରର ଚୂଡ଼ାନ୍ତ ପ୍ଲାନ୍ ପ୍ରକାଶିତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cm-3_1626688677.jpg)