Semiconductor Memory Chip Plant Photograph: (OTV)
ଖୋର୍ଦ୍ଧାରେ ହେବ ସେମିକଣ୍ଡକ୍ଟର୍ ମେମୋରି ଚିପ୍ ପ୍ଲାଣ୍ଟ । ୧୦୫୦ କୋଟିରେ ନିର୍ମାଣ ହେବ ରେଆର୍ ଆର୍ଥ ପ୍ଲାଣ୍ଟ । ୪୪ ତମ ହାଇଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ପ୍ରକଲ୍ପ ସହିତ ୪୪ ହଜାର ୨୦୦ କୋଟି ଟଙ୍କାର ପୁଞ୍ଜିନିବେଶକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ବୈଠକରେ ୮ ଜିଲ୍ଲାରେ ୧୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ।
ଏହାଦ୍ବାରା ପ୍ରାୟ ୯ ହଜାର ନିଯୁକ୍ତି ସୃଷ୍ଟି ହେବ । ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ ଜିଲ୍ଲାରେ ହେବ ପୁଞ୍ଜିନିବେଶ । ରେଆର ଆର୍ଥ ମାନୁଫାକ୍ଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ଟେଲିକମ୍ ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇଛି।
ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ମାନୁଫାକ୍ଚରିଙ୍ଗ୍ ଓ ନବୀକରଣୀୟ ଶକ୍ତି ଉତ୍ପାଦନରେ ଓଡ଼ିଶାର ସ୍ଥିତି ସୁଦୃଢ଼ ହେଉଛି । ଏହାଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ତ୍ୱରାନ୍ୱିତ ହୋଇପାରୁଛି । HLCAର ସଦସ୍ୟ ଓ ଅଧିକାରୀମାନଙ୍କୁ ପୁଞ୍ଜିନିବେଶରେ ଅଧିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ୩-ସୂତ୍ରୀ ଆକ୍ସନ ପ୍ଲାନ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/semiconductor-memory-chip-plant-2026-02-22-09-54-47.jpg)