dibakar
ଭଦ୍ରକ: ୬୦ ମାସ ହେଲା ଦରମା ମିଳିନଥିବାରୁ ଜଳସେଚନ ବିଭାଗର ଜଣେ କର୍ମଚାରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ କିରାସିନ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିବା ବେଳେ କାବୁ କରିନେଇଛି ପୋଲିସ । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ।
ସ୍ଥାନୀୟ ଜଳସେଚନ ବିଭାଗର ଜଣେ ଠିକା କର୍ମଚାରୀ ଦିବାକର ଦାସ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ୧୯୮୩ରେ ସେ ଚାକିରିରେ ଯୋଗ ଦେଇଥଲେ। ୧୯୮୯ରେ ତାଙ୍କୁ ଛଟେଇ କରାଯାଇଥିଲା । ଏହା ବିରୋଧରେ ଦିବାକର କୋର୍ଟଙ୍କ ଆଶ୍ରୟ ନେବାରୁ ୨୦୧୬ ରେ ତାଙ୍କୁ ପୁନଃନିଯୁକ୍ତି ମିଳିଥିଲା ।
ସେହି ଦିନଠାରୁ ସେ ଦରମା ପାଇନାହାନ୍ତି । ୨୦୧୮ରେ ଆମରଣ ଅନଶନ କରିବାରୁ ଦରମା ଦେବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ନିଜ ଦାୟିତ୍ୱ ଠିକରେ ତୁଳାଇ ଆସୁଥିବା ବେଳେ ଦିବାକରଙ୍କୁ ୬୦ ମାସ ହେଲା ଦରମା ମିଳିନି । ଏଥିରେ ହତୋତ୍ସାହ ହୋଇ ସେ ଆଜି ଆତ୍ମାହୂତି ଉଦ୍ୟମ କରିଛନ୍ତି । ନିଆଁ ଲଗାଇବାରୁ ପୂର୍ବରୁ ପୋଲିସ ତାଙ୍କୁ କାବୁ କରି ଥାନାକୁ ଆଣି ଅଟକ ରଖିଛି।
ସରକାରୀ ଅବ୍ୟବସ୍ଥା ସହ ଲଢି ହତାଶ ହୋଇ ପଡ଼ିଛନ୍ତି ଦିବାକର। ମୋ ଆତ୍ମାକୁ ବାଧିଲାଣି । ଟଙ୍କା ଖର୍ଚ୍ଚ କରୁଛି। ଖଟୁଛି ମଧ୍ୟ। ହେଲେ ଦରମା ମିଳୁନି। ସେଥିପାଇଁ ବହୁତ ବାଧିଲାଣି। ଦିବାକର କହିଛନ୍ତି, କେସ୍ରେ ଆମର ଡିଗ୍ରୀ ହେଲା। ସେମାନେ ହାଇକୋର୍ଟ ଗଲେ। ହାଇକୋର୍ଟ କହିଲେ, ତାଙ୍କ କିଛି ଖର୍ଚ୍ଚ ଦିଅ। ତା’ ପରେ କେସ କରିବୁ। ସେମାନେ ମୋତେ ୯୯ ହଜାର ଟଙ୍କା ଦେଲେ। କେସ କଲେ। ହାଇକୋର୍ଟ ଆମ ସପକ୍ଷରେ ରାୟ ଦେଲେ। ହାଇକୋର୍ଟ ରାୟ ପରେ ୨୦୧୬ରେ ନିଯୁକ୍ତି ମିଳିଲା। କିନ୍ତୁ ଆଜିଯାଏ ଦରମା ଦିଆଯାଉନି।
ଏ ନେଇ ବାସୁଦେବପୁର ଏସଡିଓ ଅଜୟ କୁମାର ଗିରି କହିଛନ୍ତି, ପୂର୍ବରୁ ଡିଭିଜନାଲ ଲେଭଲ ଅଫିସର ତାଙ୍କ ଦରମା ପାଇଁ ଉପର ମହଲରେ ଉଦ୍ୟମ କରିଛନ୍ତି। ଉପର ସ୍ତରରେ କାହିଁକି ତାଙ୍କୁ ଦରମା ଦେବାରେ ବିଳମ୍ବ କରାଯାଉଛି ତାହା ଆମକୁ ଜଣାନାହିଁ। ଉପର ସ୍ତରରୁ ଅନୁମତି ମିଳିଲେ ତାଙ୍କୁ ଦରମା ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dibakar_1624692728.jpg)