Advertisment

ଏଣିକି ଚାରା ରୋପଣ ନୁହେଁ; ସିଡ୍‌ ବଲ୍‌ ଫିଙ୍ଗି ହେବ ବୃକ୍ଷରୋପଣ

ଭୁବନେଶ୍ୱର: ବନୀକରଣର ନୂଆ ଉପାୟ। ଏବେ ଆଉ ଗାତ ଖୋଳି ଚାରା ରୋପଣ ନୁହେଁ, ବରଂ ବଲ୍ ଫିଙ୍ଗି ହେବ ବୃକ୍ଷରୋପଣ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଧୁନିକ ସମୟରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଏଭଳି ନୂଆ ପଦ୍ଧତି ଆରମ୍ଭ ହୋଇଛି। ଏହି ନୂଆ ପଦ୍ଧତିରେ ଆଠଗଡ଼ ବନଖଣ୍ଡ ବନୀକରଣ କାର୍ଯ୍ୟ ଆରମ୍ଭ କରିଛି।   ଉର୍ବର ମାଟି, ବାଲି ଓ ଗୋବରର ମିଶ୍ରଣ କରାଯାଇ […]

author-image
Rajalaxmi Sahoo
ଏଣିକି ଚାରା ରୋପଣ ନୁହେଁ; ସିଡ୍‌ ବଲ୍‌ ଫିଙ୍ଗି ହେବ ବୃକ୍ଷରୋପଣ

odisha

ଭୁବନେଶ୍ୱର: ବନୀକରଣର ନୂଆ ଉପାୟ। ଏବେ ଆଉ ଗାତ ଖୋଳି ଚାରା ରୋପଣ ନୁହେଁ, ବରଂ ବଲ୍ ଫିଙ୍ଗି ହେବ ବୃକ୍ଷରୋପଣ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଧୁନିକ ସମୟରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଏଭଳି ନୂଆ ପଦ୍ଧତି ଆରମ୍ଭ ହୋଇଛି। ଏହି ନୂଆ ପଦ୍ଧତିରେ ଆଠଗଡ଼ ବନଖଣ୍ଡ ବନୀକରଣ କାର୍ଯ୍ୟ ଆରମ୍ଭ କରିଛି।

Advertisment

odisha

ଉର୍ବର ମାଟି, ବାଲି ଓ ଗୋବରର ମିଶ୍ରଣ କରାଯାଇ ଏହି ସିଡ୍‌ ବଲ୍‌ ଗୁଡ଼ିକୁ ମଣ୍ଡାପିଠା ପରି ଗୋଲ୍ କରାଯାଉଛି। ପରେ ତାହା ଭିତରେ ବାଉଁଶ ମଞ୍ଜି ଭର୍ତ୍ତି କରାଯାଉଛି। ଫଳରେ ମଞ୍ଜିର ଅଙ୍କୁରୋଦ୍‌ଗମ୍‌ ଠିକ୍ ଭାବେ ହେବ। ଏହାସହ ପବନ ଓ ବର୍ଷାପାଣିରେ ମଞ୍ଜି ନଷ୍ଟ କିମ୍ବା ଅନ୍ୟତ୍ର ସ୍ଥାନନ୍ତର ହୋଇପାରିବ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ  ଫିଙ୍ଗା ଯାଇଥିବା ମଞ୍ଜିରୁ ଗଛ ମଧ୍ୟ ଉଠିଥିବା ଦେଖିବାକୁ ମିଳିଛି। ଏନେଇ ଆଠଗଡ଼ ବନଖଣ୍ଡ କର୍ମଚାରୀ ଓ ବନ ସୁରକ୍ଷା ସମିତି ସଦସ୍ୟ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

odisha

ପ୍ରାରମ୍ଭିକ ପର୍ଯ୍ୟାୟରେ ଖୁଣ୍ଟୁଣୀ ଓ ଆଠଗଡ଼ ବନାଞ୍ଚଳରେ ସିଡ୍ ବଲ୍ ମାଧ୍ୟମରେ ବୃକ୍ଷରୋପଣ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ୩୮ଟି ସଂରକ୍ଷିତ ଜଙ୍ଗଲରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଡିଏଫ୍ଓ କହିଛନ୍ତି।

Advertisment

odisha

ଏହି ଉଦ୍ୟମ ପଛରେ ଅନ୍ୟ କାରଣ ରହିଛି। ବିଶେଷକରି ଆଠଗଡ଼ ବନଖଣ୍ଡରେ ହାତୀ-ମଣିଷ ବିବାଦ ବହୁ ଦିନରୁ ଲାଗି ରହିଛି। ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି। ଯଦି ହାତୀଙ୍କ ପାଇଁ ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମହଜୁଦ୍ ରୁହେ, ତେବେ ସେମାନେ ଆଉ ଜନବସତି ମୁହାଁ ହେବେନାହିଁ। ସିଡ୍ ବଲ୍ ମାଧ୍ୟମରେ ଶାଳିଆ ବାଉଁଶ ମଞ୍ଜି ରୋପଣ ହେଉଛି। ଯାହାକି ହାତୀଙ୍କ ଅନ୍ୟତମ ପ୍ରିୟ ଖାଦ୍ୟ। ତେଣୁ ଗୋଟିଏ ପଟେ ଏହା ହାତୀଙ୍କ ଖାଦ୍ୟ ସମସ୍ୟା ଦୂର କରୁଥିବା ବେଳେ ଅନ୍ୟପଟେ ପରିବେଶ ସୁରକ୍ଷାରେ ମଧ୍ୟ ଏହା ସହାୟକ ହେବ ବୋଲି ପରିବେଶବିତ୍ ମତ ରଖିଛନ୍ତି।

odisha

ଆଧୁନିକୀକରଣ, ସହରୀକରଣ ଭିତରେ ବନୀକରଣ ଓ ଜନ୍ତୁ-ମଣିଷ ବିବାଦର ସମାଧାନ ଦିଗରେ ଏହି ସିଡ୍ ବଲ୍ ଫର୍ମୁଲା ବେଶ୍ ସହାୟକ ହେବ ବୋଲି ପରିବେଶବିତ୍‌ ଆଶା ରଖିଛନ୍ତି।

Advertisment
Advertisment