Advertisment

Security Forces Use Drones to Hunt Maoist Leader: ଦାରିଙ୍ଗବାଡ଼ି ଜଙ୍ଗଲରେ ଲୁଚିଛି ଦୁର୍ଦ୍ଦାନ୍ତ ମାଓନେତା ଶୁକ୍ରୁ, ଖୋଜୁଛି ସେନସର୍ ଡ୍ରୋନ୍

ଦାରିଙ୍ଗବାଡ଼ି ଜଙ୍ଗଲରେ ଲୁଚିଛି ଦୁର୍ଦ୍ଦାନ୍ତ ମାଓନେତା ଶୁକ୍ରୁ। ଶୁକ୍ରୁର ସନ୍ଧାନରେ ଲାଗିଛି ଥର୍ମାଲ ସେନ୍ସର ଡ୍ରୋନ। ଦାରିଙ୍ଗବାଡ଼ିର ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଇଲାକରେ ଲୁଚିଛି ଶୁକ୍ରୁ।

Maoist

Maoist Photograph: (OTV)

Advertisment

ଦୁର୍ଦ୍ଦାନ୍ତ ମାଓନେତା ଶୁକ୍ରୁଙ୍କୁ ଖୋଜୁଛି ଥର୍ମାଲ ସେନ୍ସର ଡ୍ରୋନର୍।କନ୍ଧମାଳ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ୩ ଦିନ ଧରି ସୁରକ୍ଷାକର୍ମୀଙ୍କ ତରଫରୁ ମାରାଥନ ଭାବେ ଆଣ୍ଟି ନକ୍ସଲ ଅପରେସନ ଜାରି ହୋଇଛି। ଜଙ୍ଗଲ ଭିତରେ ଡ୍ରୋନ୍ ସହାୟତାରେ ଖୋଜା ଚାଲିଛି। ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଇଲାକରେ ଲୁଚି ରହିଥିଲେ ମଧ୍ୟ ଶୁକ୍ରୁକୁ ଖୋଜୁଛି ଏଇ ଡ୍ରୋନ୍ । 

Advertisment

ଡ୍ରୋନର ଇସାରାରେ ସୁରକ୍ଷାକର୍ମୀ ପାହାଡିଆ ଓ ଦୁର୍ଗମ ଇଲାକା ମଧ୍ୟରେ ପଶି ସର୍ଚ୍ଚ ଅପରେସନକୁ ଜୋରଦାର ଚଳାଇଛନ୍ତି। ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍ ପରିଣାମ ଭୋଗିବ। ମାଓବାଦୀଙ୍କୁ ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ। ଡିଜିପି କହିଛନ୍ତି, ନକ୍ସଲ ବନ୍ଧୁକ ନଛାଡ଼ିଲେ ଯେସାକୁ ତେସା ନୀତି ଆପଣାଇବ ଓଡ଼ିଶା ପୋଲିସ।

Maoist Leader Daringibadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ