Advertisment

Srimandir Security Breach: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା.. ଛଦ୍ମବେଶରେ ଭିତରେ ପଶିବାକୁ ଚେଷ୍ଟା

ଜଣେ ଶ୍ରଦ୍ଧାଳୁଙ୍କ ଚଷମାରେ ହିଡେନ୍ କ୍ୟାମେରା ଲଗାଇଥିବା ଜଣା ପଡିବା ପରେ ଧରିଥିଲେ ଜେଟିପି। ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ସେବାୟତ ବେଶରେ ପଶିଥିଲେ ଶ୍ରୀମନ୍ଦିର ଗର୍ଭଗୃହରେ।

Srimandir

Srimandir Photograph: (OTV)

Advertisment

ପୁଣି ବଡ଼ ବିଭ୍ରାଟ, ପୁଣି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ... କିଏ ଶ୍ରୀମନ୍ଦିରରେ ବେଶ ବଦଳାଇ ପଶିଲାଣି ତ ଆଉ କିଏ ହିଡେନ୍ କ୍ୟାମେରା ନେଲାଣି । ପୁଣି କେତେବେଳେ ଡ୍ରୋନ ଉଡାଇଲାଣି ବଡଦେଉଳ ଉପରେ । କାହିଁକି ଏତେ ଢିଲା ସୁରକ୍ଷା ବ୍ୟବସ୍ଥା ? କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ ? ଶ୍ରୀମନ୍ଦିରର ସୁରକ୍ଷା ସହ ଏମିତି ସାଲିସ୍ କାହିଁକି ?
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କିଛି ନୂଆ କଥା ନୁହେଁ । ବାରମ୍ବାର ଡ୍ରୋନ ଉଡୁଛି, ହିଡେନ୍ କ୍ୟାମେରା ଧରାପଡୁଛି । ତଥାପି ଏଥିରେ ଲାଗିପାରୁନି ବ୍ରେକ । ଆଜି ପୁଣି ଥରେ ଜଣେ ଶ୍ରଦ୍ଧାଳୁଙ୍କ ଚଷମାରେ ଠାବ ହୋଇଛି ହିଡେନ୍ କ୍ୟାମେରା । ଏହି ଶ୍ରଦ୍ଧାଳୁଙ୍କ ଘର ଗୁଜୁରାଟର ଅହମଦାବାଦରେ। ତାଙ୍କ ନାଁ ଭରତ ପାଣ୍ଡିଆ। ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଶ୍ରୀମନ୍ଦିରରେ ପଶିଥିଲେ ସେ । କ୍ୟାମେରାରେ ମନ୍ଦିର ଭିତର ଓ ମହାପ୍ରଭୁଙ୍କ ଫଟୋ ଚୋରାଇବାକୁ ଚେଷ୍ଟା କରୁଥିଲେ । 

Advertisment


ଜଗମୋହନ ମନ୍ଦିର ପାଖରେ ଗୁଜୁରାଟର ଏହି ଶ୍ରଦ୍ଧାଳୁଙ୍କୁ ଧରିଥିଲେ ଜେଟିପି ।  ତାଙ୍କୁ ରଖି ଗାରଦରେ ପଚରାଉଚରା କରାଯାଇଛି ।  ସେପଟେ ଆଉ ଜଣେ ଶ୍ରଦ୍ଧାଳୁ ସେବାୟତ ବେଶରେ ପଶିଥିଲେ ଶ୍ରୀମନ୍ଦିର ଗର୍ଭଗୃହରେ । ଶ୍ରଦ୍ଧାଳୁ ଜଣଙ୍କ ହେଲେ ଯାଜପୁରର ଭକ୍ତ ଶଙ୍କର ।  
ଗୋପାଳବଲ୍ଲଭ ନୀତି ପରେ ଯାଜପୁରର ଏହି ଶ୍ରଦ୍ଧାଳୁ ଜଣକ ଗର୍ଭଗୃହରେ ପ୍ରବେଶ କରିଥିଲେ । ସେବାୟତ ବେଶରେ ଗର୍ଭଗୃହ ଓ ରତ୍ନ ସିଂହାସନକୁ ସ୍ପର୍ଶ କରିଥିଲେ । ଏ କଥା ଜଣାପଡିବା ପରେ ତାଙ୍କୁ ଗରଦରେ ଅଟକ ରଖି ପଚରାଉଚରା କରିଥିଲା ଜେଟିପି । 
ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ