Odisha Legislative Assembly Photograph: (OTV)
ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ପରି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଗୃହ ହୁଲୁସ୍ତୁଲ ହୋଇପାରେ। ମଣ୍ଡି ଅବ୍ୟବସ୍ଥା, ମହାନଦୀ ଜଳ ବିବାଦ, ଆଇନ ଶୃଙ୍ଖଳା ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନହେବା ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିପାରନ୍ତି ବିରୋଧୀ।
ସେହିଭଳି ପ୍ରଶ୍ନକାଳରେ ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ଶାସକ ଓ ବିରୋଧୀ ଦଳ ଉଠାଇବେ। ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ। ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ଥିବାରୁ ଗୃହରେ ରାଜନୈତିକ ଉଷ୍ମତା ଜାରି ରହିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/odisha-legislative-assembly-2026-03-09-10-01-25.webp)