Advertisment

Second Panjika Coordination Meeting Held: ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ, ନିର୍ଭୁଲ ଓ ତ୍ରୁଟିଶୂନ୍ୟ ପଞ୍ଜିକା ପ୍ରସ୍ତୁତ ଉଦ୍ଦେଶ୍ୟ

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବସିଛି ବୈଠକ।

Panjika

Panjika Photograph: (OTV)

Advertisment

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବସିଛି ବୈଠକ। ଗତ ମାସ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲା। ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ। 

Advertisment

ଅନ୍ୟପଟେ ଓଡ଼ିଶାର ସମସ୍ତ ସ୍ଥାନରୁ ପ୍ରକାଶ ପାଉଥିବା ପାଞ୍ଜି ଗୁଡ଼ିକ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କିଭଳି ହୋଇପାରିବ ସେ ନେଇ ବର୍ଷ ବର୍ଷ ଧରି ଏହା ଉପରେ ତର୍କବିତର୍କ ଚାଲିଛି। ତ୍ରୁଟିଯୁକ୍ତ ପାଞ୍ଜି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମନ୍ଦିର ଆଇନରେ ବ୍ୟବସ୍ଥା କରିବାକୁ ଗତ ବୈଠକରେ ଦାବି ହୋଇଥିଲା। 

ତେବେ ନିର୍ଭୁଲ ପଞ୍ଜିକା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ବୈଠକ କରି ପଞ୍ଜିକା ସମନ୍ୱୟ ସମୀକରଣ କଲେ ସୁଦ୍ଧା ଅନେକ ପଞ୍ଜିକା ପ୍ରକାଶନ ସଂସ୍ଥା ଆସୁନାହାନ୍ତି। ସେପଟେ ଗତବର୍ଷ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି, ଜନ୍ମାଷ୍ଟମୀ ଇତ୍ୟାଦି ବିଭିନ୍ନ ପର୍ବପର୍ବାଣିକୁ ନେଇ ଲୋକମାନେ ଦ୍ୱନ୍ଦରେ ରହିଥିବା ବେଳେ ଗତ ବର୍ଷର ତ୍ରୁଟିଶୂନ୍ୟ ତାରିଖ ଓ ତିଥିବାରକୁ ନେଇ ଆଜିର ବୈଠକରେ ଆଲୋଚନା କରାଯିବ। 

Advertisment

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୫ଟି ସ୍ୱୀକୃତିପ୍ରାପ୍ତ ପଞ୍ଜିକାକୁ ନେଇ ସ୍ଥିରୀକୃତ ପର୍ବପର୍ବାଣି ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ନିର୍ଦ୍ଧାରଣ କରାଯିବ।

Srimandir Administration Puri Panjika Coordination Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ