thana
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ। ସ୍ଥାନୀୟ ତୁଲଶୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ୨୦୧୮ ମସିହାର ଏକ ଭଡ଼ା ଘର ନେଇ ଏଠି ରହୁଥିଲେ। ତେବେ ଗତକାଲି ଶିକ୍ଷୟିତ୍ରୀଙ୍କ ଭାଇ ତୁଲଶୀପଲ୍ଲୀ ଆସି ଭଉଣୀଙ୍କୁ ଘରେ ପାଇନଥିବାରୁ ଖୋଜାଖୋଜି କରଥିଲେ।
ତେବେ ତାଙ୍କ ସମ୍ପର୍କରେ କୌଣସି ଖବର ନମିଳିବାରୁ ତାଙ୍କୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ୍ ଏନେଇ ପ୍ରତିକ୍ରିୟା ରଖିଛି । ଶିକ୍ଷୟିତ୍ରୀଙ୍କ ଏକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ଜଣାପଡ଼ିଛି । ହେଲେ ସେ କେଉଁ ଆଡ଼େ ଯାଇଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/thana_1626690159.jpg)