Advertisment

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବାର ଭିଡିଓ ଭାଇରାଲ୍

ଭଦ୍ରକ : ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ । ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇଲେ ପ୍ରଧାନ ଶିକ୍ଷୟିତ୍ରୀ । ଭଦ୍ରକ ଧାମନଗର ବ୍ଲକ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଛାତ୍ରୀ ଓ ଦୁଇ ଜଣ ଛାତ୍ର କାନ ଧରି ଆଣ୍ଠେଇ ଥିବାର ଦେଖିବାକୁ ମିଳିଛି । ଗତ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସମୟରେ କୌଣସି କାରଣରୁ ୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପ୍ରଧାନ ଶିକ୍ଷୟିତ୍ରୀ […]

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇବାର ଭିଡିଓ ଭାଇରାଲ୍

school punishment

Advertisment

ଭଦ୍ରକ : ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ । ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇଲେ ପ୍ରଧାନ ଶିକ୍ଷୟିତ୍ରୀ । ଭଦ୍ରକ ଧାମନଗର ବ୍ଲକ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଛାତ୍ରୀ ଓ ଦୁଇ ଜଣ ଛାତ୍ର କାନ ଧରି ଆଣ୍ଠେଇ ଥିବାର ଦେଖିବାକୁ ମିଳିଛି ।

Advertisment

ଗତ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସମୟରେ କୌଣସି କାରଣରୁ ୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଉତ୍‌କ୍ଷିପ୍ତ ହୋଇ ୩ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଆଣ୍ଠେଇ ଦେଇଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଦଣ୍ଡମୁକ୍ତ ଅଞ୍ଚଳରେ ଛୋଟ ଛୋଟ ପିଲାମାନଙ୍କୁ ଏଭଳି ଦଣ୍ଡ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେପଟେ ଏନେଇ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ