Advertisment

ମହଙ୍ଗା ପଡ଼ିଲା ୬୦ ହଜାର ଲାଞ୍ଚ, ଚାକିରିରୁ ହେଲେ ବହିଷ୍କୃତ

ସୁନ୍ଦରଗଡ଼  : ମହଙ୍ଗା ପଡ଼ିଲା ୬୦ ହଜାର ଲାଞ୍ଚ । ଆବାସିକ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବହିଷ୍କୃତ ହୋଇଥିବା କର୍ମଚାରୀ ମାନେ ହେଲେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ  ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକ । ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କିଛି ଦିନ ତଳେ ପାଚିକା ଚାକିରି ପାଇଁ ଜଣେ […]

ମହଙ୍ଗା ପଡ଼ିଲା ୬୦ ହଜାର ଲାଞ୍ଚ, ଚାକିରିରୁ ହେଲେ ବହିଷ୍କୃତ

school

Advertisment

ସୁନ୍ଦରଗଡ଼  : ମହଙ୍ଗା ପଡ଼ିଲା ୬୦ ହଜାର ଲାଞ୍ଚ । ଆବାସିକ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବହିଷ୍କୃତ ହୋଇଥିବା କର୍ମଚାରୀ ମାନେ ହେଲେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ  ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକ । ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Advertisment

publive-imageକିଛି ଦିନ ତଳେ ପାଚିକା ଚାକିରି ପାଇଁ ଜଣେ ମହିଳାଙ୍କଠୁ ୬୦ ହଜାର ଲାଞ୍ଚ ମାଗିଥିଲେ ଏମାନେ । ଏନେଇ OTVରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତଦନ୍ତ କରି ଉଭୟ ଅଧ୍ୟକ୍ଷ ଓ ପିଇଟିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ ।

publive-imageତେବେ ତଦନ୍ତ ପରେ ଉଭୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବିଦ୍ୟାଳୟର ପାଚିକାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ସେହି ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଚାକିରି ପାଇଁ ତାଙ୍କଠାରୁ ୬୦ ହଜାର ଟଙ୍କା ଦାବି କରିଥିଲେ ସ୍କୁଲର ପିଇଟି। ତେବେ ଲାଂଚ ମାଗିବା ସମୟର ଅଡ଼ିଓ OTVରେ ପ୍ରସାରିତ ହୋଇଥିଲା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ