Girl Student Kidnapped Photograph: (OTV)
ରାଜଧାନୀରେ ସ୍କୁଲ ଛାତ୍ରୀଙ୍କୁ ୫ ଘଣ୍ଟା ପାଇଁ ଅପହରଣ ସନ୍ଦେହ। ପରେ କ୍ୟାପିଟାଲ ହସପିଟାଲରୁ ଉଦ୍ଧାର ହେଲେ ଅପହୃତା ଛାତ୍ରୀ। ଭରତପୁର ଥାନା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ପଢୁଥିବା ଏୟାରଫିଲ୍ଡ ଥାନା ଅଞ୍ଚଳର ଜଣେ ଛାତ୍ରୀ ଜଣକ ଗତକାଲି ଘରକୁ ଫେରିବା ପାଇଁ ସ୍କୁଲ ବସ୍ ମିଶ୍ କରି ଯାଇଥିବା ନେଇ ସ୍କୁଲ ଶିକ୍ଷକଙ୍କ ଫୋନରୁ ଘର ଲୋକଙ୍କୁ କହିଥିଲେ।
ପରେ ଘର ଲୋକ ସ୍କୁଲରେ ପହଁଞ୍ଚିବା ବେଳକୁ ସେଠାରେ ଛାତ୍ରୀ ଜଣଙ୍କ ନଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ କେଉଁଠି ନ ମିଳିବାରୁ ପରିବାର ଲୋକ ପୋଲିସକୁ ଜଣାଇଥିଲେ। ପରେ ରାତି ପ୍ରାୟ ୯ଟା ବେଳେ ଛାତ୍ରୀ ଜଣକ କ୍ୟାପିଟାଲ ହସପିଟାଲରେ ଠାବ ହୋଇଥିଲେ। ଖବର ପାଇ ପୋଲିସ ଓ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଥିଲେ।
ତେବେ ଛାତ୍ରୀ ଜଣଙ୍କ କୁଆଡେ ଯାଇଥିଲେ, ତାଙ୍କୁ କେହି ଅପହରଣ କରିଥିଲେ କି ନାହଁ ଏବଂ ସେ କ୍ୟାପିଟାଲ ହସ୍ପିଟାଲ କେଉଁ ପରିସ୍ଥିତିରେ ଆସିଲେ, ସେ ସମ୍ପର୍କରେ କିଛି ଜଣାପଡିନି। ଛାତ୍ରୀଙ୍କ ମାନସିକ ସ୍ଥିତି ଭଲ ନଥିବା ଦେଖାଯାଇଛି ପରେ ଛାତ୍ରୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।
ତେବେ ଛାତ୍ରୀଙ୍କୁ ଅପହରଣ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା DCP ଜଗମୋହନ ମୀନା ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/girl-student-kidnapped-2026-02-10-10-45-59.jpg)