Advertisment

ବିଶ୍ୱସ୍ତରୀୟ ମେଡିକାଲ୍‌ ହେବ ଏସ୍‌ସିବି, ସମ୍ପ୍ରସାରଣ କାମ ଆରମ୍ଭ

କଟକ : ବିଶ୍ୱସ୍ତରୀୟ ମେଡିକାଲ୍‌ରେ କଟକ ଏସ୍‌ସିବି। ସେଥିପାଇଁ ଆରମ୍ଭ ହୋଇଛି ସମ୍ପ୍ରସାରଣ କାମ। ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ନିତ କରୁଛନ୍ତି କଟକ ଜିଲ୍ଲା ପ୍ରଶାସନ। ଆଜି ଯୋବ୍ରା ଅଞ୍ଚଳରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍‌ଡିସି) ଅନୀଲ କୁମାର ସାମଲଙ୍କ ଉପସ୍ଥିତିରେ ଏସ୍‌ସିବି ସମ୍ପ୍ରସାରଣ କାମ ପାଇଁ ଜାଗା ଖାଲି କରିବାକୁ ଚିହ୍ନଟ ହୋଇଥିବା ୫୫ଜଣ ଛୋଟବଡ଼ ବ୍ୟବସାୟୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଆର୍‌ଡିସି ଓ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କ ଉପସ୍ଥିତିରେ […]

ବିଶ୍ୱସ୍ତରୀୟ ମେଡିକାଲ୍‌ ହେବ ଏସ୍‌ସିବି, ସମ୍ପ୍ରସାରଣ କାମ ଆରମ୍ଭ

scb

Advertisment

କଟକ : ବିଶ୍ୱସ୍ତରୀୟ ମେଡିକାଲ୍‌ରେ କଟକ ଏସ୍‌ସିବି। ସେଥିପାଇଁ ଆରମ୍ଭ ହୋଇଛି ସମ୍ପ୍ରସାରଣ କାମ। ଜମି ଅଧିଗ୍ରହଣ କାମକୁ ତ୍ୱରାନ୍ନିତ କରୁଛନ୍ତି କଟକ ଜିଲ୍ଲା ପ୍ରଶାସନ। ଆଜି ଯୋବ୍ରା ଅଞ୍ଚଳରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍‌ଡିସି) ଅନୀଲ କୁମାର ସାମଲଙ୍କ ଉପସ୍ଥିତିରେ ଏସ୍‌ସିବି ସମ୍ପ୍ରସାରଣ କାମ ପାଇଁ ଜାଗା ଖାଲି କରିବାକୁ ଚିହ୍ନଟ ହୋଇଥିବା ୫୫ଜଣ ଛୋଟବଡ଼ ବ୍ୟବସାୟୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଆର୍‌ଡିସି ଓ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କ୍ଷତିପୂରଣ ରାଶିର ଚେକ ପ୍ରଦାନ କରିଛନ୍ତି।

Advertisment

କ୍ଷତିପୂରଣ ବାବଦକୁ ୧୧ ଜଣ ବ୍ୟବସାୟୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ୨୨ ଜଣଙ୍କୁ ୨୦,୦୦୦ ଟଙ୍କା ଓ ଅନ୍ୟ ୨୨ଜଣ ବ୍ୟବସାୟୀଙ୍କୁ ୩୦,୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଦ୍ୱାରା ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଛି। ଏଥିରେ ସହଯୋଗ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ