Advertisment

ଶବକୁ ସମାଧି ଦେବା ପାଇଁ ମିଳୁନି ଜାଗା

ଭୁବନେଶ୍ୱର: ଶବକୁ ମିଳୁନି ଜାଗା । ଶ୍ମଶାନ ହେଉ ବା କବରସ୍ଥାନ୍, ସବୁଠି ଏବେ ଶବକୁ ସମାଧି ପାଇଁ ଜାଗାର ଅଭାବ । ଏଭଳି ଅଭିଯୋଗ ଆଣିଛି ଭୁବନେଶ୍ୱରରେ ରହୁଥିବା ମୁସଲିମ୍ କମ୍ୟୁନିଟି ସମ୍ପ୍ରଦାୟ। ସତ୍ୟନଗରରେ ଥିବା ଏକମାତ୍ର କବର ସ୍ଥାନରେ…

ଶବକୁ ସମାଧି ଦେବା ପାଇଁ ମିଳୁନି ଜାଗା

satyanagar

Advertisment

ଭୁବନେଶ୍ୱର: ଶବକୁ ମିଳୁନି ଜାଗା । ଶ୍ମଶାନ ହେଉ ବା କବରସ୍ଥାନ୍, ସବୁଠି ଏବେ ଶବକୁ ସମାଧି ପାଇଁ ଜାଗାର ଅଭାବ । ଏଭଳି ଅଭିଯୋଗ ଆଣିଛି ଭୁବନେଶ୍ୱରରେ ରହୁଥିବା ମୁସଲିମ୍ କମ୍ୟୁନିଟି ସମ୍ପ୍ରଦାୟ। ସତ୍ୟନଗରରେ ଥିବା ଏକମାତ୍ର କବର ସ୍ଥାନରେ ଜାଗାର ଅଭାବ ଦେଖାଯିବା ପରେ ଆଉ ଏକ ସ୍ଥାନରେ କବରସ୍ଥାନ କରିିବା ପାଇଁ ବିଏମସିକୁ ଅନୁରୋଧ କରିଛନ୍ତି ମୁସଲିମ୍ କମ୍ୟୁନିଟି ସମ୍ପ୍ରଦାୟ।

Advertisment

କରୋନା ରାଜ୍ୟରେ ଭୟାବହ ସ୍ଥିତି ସୃଷ୍ଟି କରିଛି । ମୃତ୍ୟୁର ତାଣ୍ଡବ ରଚି ଯେମିତି ମଣିଷକୁ ଉପହାସ କରୁଛି। ଘରଠୁ ଡାକ୍ତରଖାନା ଏବଂ ଶ୍ମଶାନ ଘାଟରେ ମଣିଷକୁ ଚେତାଇ ଦେଉଛି ଏଇ ରାକ୍ଷସ ଭାଇରସ ପାଖରେ ମଣିଷ କେତେ ଅସହାୟ। ଡାକ୍ତରଖାନାରେ କେଉଁଠି କରୋନା ଆକ୍ରାନ୍ତଙ୍କୁ ବିଛଣା ମିଳୁନି ତ କେଉଁଠି ଅକ୍ସିଜେନ ମିଳୁନି। ପୁଣି କେଉଁଠି ଔଷଧ ମିଳୁନି। ପୁଣି ମଲାପରେ ଶବ ପାଇଁ ଜାଗା ଟିକିଏ ମିଳୁନି। ଖାଲି ରାଜ୍ୟ ନୁହେଁ, ଦେଶର ଅନେକ ସ୍ଥାନରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ତା ଭତରୁ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ।

ସତ୍ୟନଗର କବରସ୍ଥାନରେ ଜାଗାର ଅଭାବ ରହୁଥିବାରୁ ଭୁବନେଶ୍ୱରରେ ରହୁଥିବା ମୁସଲିମ୍ କମ୍ୟୁନିଟି ସମ୍ପ୍ରଦାୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। କରୋନା ବେଳେ ପ୍ରତିଦିନ ସତ୍ୟନଗର କବରସ୍ଥାନକୁ ପାଖାପାଖି ୭ରୁ ୮ଟି ମୃତଦେହ ଆସୁଛି ।  ଅନ୍ୟ ଜିଲ୍ଲାରୁ ମଧ୍ୟ କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ ଏଠାକୁ ଆସୁଥିବାରୁ ଓଭରଲୋଡ୍ ହୋଇଗଲାଣି ।

Advertisment

ଶବ ଉପରେ ଶବ ପଡୁଥିବାରୁ,  କବର ଖୋଳିଲେ ବାହାରୁଛି ହାଡ଼ କଙ୍କାଳ । ଫଳରେ ଲେବର ତ ଆସୁନାହାନ୍ତି, ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇପଡିଲେଣି ବୋଲି ସତ୍ୟନଗର କବରସ୍ଥାନ କେୟାର ଟେକର୍ କହିଛନ୍ତି।

୧.୨୯ ଏକର ଅଞ୍ଚଳରେ ବ୍ୟାପ୍ତ ସତ୍ୟନଗର କବରସ୍ଥାନରେ ପ୍ରାୟ ୭୦୦ ମୃତ ଦେହକୁ କବର ଦେବାର କ୍ଷମତା ରହିଛି । କିନ୍ତୁ କରୋନା ପାଇଁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଆଉ ସେଠି ଜାଗା ମିଳୁନି । କବରସ୍ଥାନ୍ ପାଇଁ ତୁରନ୍ତ ରାଜଧାନୀ କିମ୍ବା ତାର ଉପକଣ୍ଠରେ ଆଉ ୫ରୁ ୭ ଏକରର ଜାଗା ବିଏମସି ଯୋଗାଇ ଦେବାକୁ ଦାବି କରିଛନ୍ତି ମୁସଲିମ୍ ସମ୍ପ୍ରଦାୟ । ତେବେ ଏନେଇ ବିଏମସି କମଶନରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Advertisment

ସୂଚନାଥାଉ କି, ବିଏମସି ଟୁଇଟର ତଥ୍ୟ ଅନୁସାରେ,  ୪ ତାରିଖ ରାଜଧାନୀ ଭୁବନେଶ୍ୱରରୁ ୭୫୩ ଜଣ କରୋନା ରୋଗୀ ବାହାରିଥିବାବେଳେ ୧୨୭୫ ଜଣ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯,୩୨୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୬୮,୮୨୭। ବର୍ତ୍ତମାନ ସୁଦ୍ଧା ୩୪୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆକ୍ଟିଭ କେସ ଅଛି ୧୦,୧୩୧ ।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ