Advertisment

ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଥମେ ସାତ ପାହାଚ ଦ୍ୱାର ରୁପା ଛାଉଣି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରୁ ଯେଉଁ ଅଭିଜ୍ଞତା ମିଳିବ ତାହାକୁ ଅନ୍ୟ ଦ୍ୱାର ପାଇଁ କାର୍ଯ୍ୟରେ ଲଗାଯିବ। ଶ୍ରୀଗୁଣ୍ଡିଚା ବେଳେ ଜୟବିଜୟ, କଳାହାଟ, ବେହରଣ ଦ୍ୱାର ରୁପା ମୁଦ୍ରିତ ହେବ। ପ୍ରଥମ ପର୍ଯ୍ୟାୟରେ ୮ଟି ଦ୍ୱାର ରୁପା ଛାଉଣି ହେବ ବୋଲି […]

ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

jaga-hatare-pagha

Advertisment

ପୁରୀ: ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଥମେ ସାତ ପାହାଚ ଦ୍ୱାର ରୁପା ଛାଉଣି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରୁ ଯେଉଁ ଅଭିଜ୍ଞତା ମିଳିବ ତାହାକୁ ଅନ୍ୟ ଦ୍ୱାର ପାଇଁ କାର୍ଯ୍ୟରେ ଲଗାଯିବ। ଶ୍ରୀଗୁଣ୍ଡିଚା ବେଳେ ଜୟବିଜୟ, କଳାହାଟ, ବେହରଣ ଦ୍ୱାର ରୁପା ମୁଦ୍ରିତ ହେବ। ପ୍ରଥମ ପର୍ଯ୍ୟାୟରେ ୮ଟି ଦ୍ୱାର ରୁପା ଛାଉଣି ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

Advertisment

ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୫ ଦ୍ୱାର ରୁପା ଛାଉଣି ନେଇ ପ୍ରସ୍ତାବ ବିଚାର କରାଯାଉଛି। ବର୍ମା ଶାଗୁଆନ କାଠରେ ଉତ୍କଳୀୟ ପରମ୍ପରା, ସଂସ୍କୃତିରେ ଦ୍ୱାର ତିଆରି ହେବ। ୮ଟି ଦ୍ୱାରରେ ମୋଟ ଅଢ଼େଇ ଟନ ରୁପା ଲାଗିବ ବୋଲି ଅଜୟ ଜେନା ସୂଚନା ଦେଇଛନ୍ତି।

ବ୍ୟାପକ ସୁରକ୍ଷା ଭିତରେ ନୀଳାଦ୍ରି ଭକ୍ତ ନିବାସରେ ଦ୍ୱାର ତିଆରି ହେବ। ୧୭ ଜଣିଆ କମିଟି ଏହି ସମସ୍ତ କାର୍ଯ୍ୟର ତଦାରଖ କରିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ସେପଟେ ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ। ବର୍ଷ ବର୍ଷର ଏହି ଐତିହାସିକ ପାହାଚର ମରାମତି କରାଯିବ। ଏଥିଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍ ବାଇଶି ପାହାଚ ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ