Advertisment

କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଯୁବତୀଙ୍କୁ ସରପଞ୍ଚଙ୍କ ଅସଦାଚରଣ ଅଭିଯୋଗ

ବିନିକା: ସଂଗରୋଧ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ଧାରୀବାଞ୍ଜି କ୍ୱାରେଣ୍ଟିନ ସେଣ୍ଟରରେ ଏଭଳି ଘଟଣା ଘଟିଛି।  ଏ ନେଇ ଏକ ଭିଡିଓ ଭାଇରାଲ ମଧ୍ୟ ହେଉଛି। ଖବର ଅନୁଯାୟୀ,  ଜଣେ ୧୮ ବର୍ଷିୟା ଯୁବତୀ ତାମିଲନାଡ଼ୁ କୋଇମ୍ୱାଟୁରରୁ ଫେରି ୬ ଦିନ ହେଲା ଅନ୍ଧାରୀବାଞ୍ଜି କ୍ୱାରେଣ୍ଟିନ ସେଣ୍ଟରରେ ରହୁଛନ୍ତି। ଏହି‌ ସେଣ୍ଟରରେ ସେ ଜଣେ ମାତ୍ର ଯୁବତୀ ହୋଇଥିବାରୁ ତାଙ୍କୁ ଅଲଗା ରୁମ୍‌ରେ ରଖାଯାଇଛି। ତେବେ ଜିଲ୍ଲାପାଳ […]

କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଯୁବତୀଙ୍କୁ ସରପଞ୍ଚଙ୍କ ଅସଦାଚରଣ ଅଭିଯୋଗ

binika

Advertisment

ବିନିକା: ସଂଗରୋଧ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ଧାରୀବାଞ୍ଜି କ୍ୱାରେଣ୍ଟିନ ସେଣ୍ଟରରେ ଏଭଳି ଘଟଣା ଘଟିଛି।  ଏ ନେଇ ଏକ ଭିଡିଓ ଭାଇରାଲ ମଧ୍ୟ ହେଉଛି।

Advertisment

ଖବର ଅନୁଯାୟୀ,  ଜଣେ ୧୮ ବର୍ଷିୟା ଯୁବତୀ ତାମିଲନାଡ଼ୁ କୋଇମ୍ୱାଟୁରରୁ ଫେରି ୬ ଦିନ ହେଲା ଅନ୍ଧାରୀବାଞ୍ଜି କ୍ୱାରେଣ୍ଟିନ ସେଣ୍ଟରରେ ରହୁଛନ୍ତି। ଏହି‌ ସେଣ୍ଟରରେ ସେ ଜଣେ ମାତ୍ର ଯୁବତୀ ହୋଇଥିବାରୁ ତାଙ୍କୁ ଅଲଗା ରୁମ୍‌ରେ ରଖାଯାଇଛି।

ତେବେ ଜିଲ୍ଲାପାଳ କ୍ଷମତା ପାଇଥିବା ଖୋଦ୍‌ ସରପଞ୍ଚ ବନମାଳି ସା ମଦ ପିଇ ତାଙ୍କୁ  ଅସଦାଚରଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଯୁବତୀ ଜଣଙ୍କ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏଥିସହିତ ନ୍ୟାୟ ନମିଳଲେ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜଣକ ଭିଡିଓରେ କହିଛନ୍ତି।

Advertisment

ଏନେଇ ଏସ. ରାମପୁର ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଅଧିକାରୀ କହିଛନ୍ତି। ଯୁବତୀ ଜଣଙ୍କ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିବାରୁ ସେ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି।

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ ବନମାଳୀ ସା। ଏସବୁ ମିଛ କଥା, ମୋତେ ବଦନାମ୍‌ କରିବାକୁ ଏମିତି କରାଯାଉଛି ବୋଲି ବନମାଳି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ