Advertisment

ମା‘ ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା

କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ବିଭିନ୍ନ ଶକ୍ତିପୀଠ।  ଏହି ଶକ୍ତିପୀଠମାନଙ୍କରେ ମୂଳାଷ୍ଟମୀଠାରୁ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଓ ପରମ୍ପରା ସହ ଚାଲିଛି ପୂଜା । ବାଦ୍ୟ ଓ ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳି ପଡୁଛି ବାଙ୍କିର ଆରାଧ୍ୟ ଦେବୀ  ମା’ ଚର୍ଚ୍ଚିକାଙ୍କ ପୀଠ । ଚାଲିଛି ଷୋଡ଼ଶ ଉପଚାର ପୂଜା। ଏହି ସ୍ୱତନ୍ତ୍ର ପୂଜାରେ ପ୍ରତିଦିନ ଭୋରୁ […]

ମା‘ ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା

4343434

Advertisment

କଟକ: ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ବିଭିନ୍ନ ଶକ୍ତିପୀଠ।  ଏହି ଶକ୍ତିପୀଠମାନଙ୍କରେ ମୂଳାଷ୍ଟମୀଠାରୁ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି ଓ ପରମ୍ପରା ସହ ଚାଲିଛି ପୂଜା ।

Advertisment

ବାଦ୍ୟ ଓ ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳି ପଡୁଛି ବାଙ୍କିର ଆରାଧ୍ୟ ଦେବୀ  ମା’ ଚର୍ଚ୍ଚିକାଙ୍କ ପୀଠ । ଚାଲିଛି ଷୋଡ଼ଶ ଉପଚାର ପୂଜା। ଏହି ସ୍ୱତନ୍ତ୍ର ପୂଜାରେ ପ୍ରତିଦିନ ଭୋରୁ ମା’ଙ୍କୁ ମାଜଣା କରାଯାଇ ପାଟବସ୍ତ୍ରରେ ସଜ୍ଜିତ କରାଯାଇଥାଏ । ମା’ଙ୍କୁ ମଙ୍ଗଳା ଆଳତି ଓ ଦ୍ୱାରପାଳ ପୂଜା ସହ ସକାଳ ଧୂପରେ ମାଣ୍ଡୁଅ ଭୋଗ ଲାଗି କରାଯାଏ ।

ଏହି ଦିନରେ ମା’ଙ୍କ ପୀଠରେ ସପ୍ତସତୀ ଚଣ୍ଡୀ ପାଠ କରାଯାଇଥାଏ । ମହାଷ୍ଟମୀ ଦିନରେ ମା’ ଚର୍ଚ୍ଚିକା ୧୦୮ ମୁଣ୍ଡ ମାଳରେ ସଜ୍ଜିତ ହୋଇ ମହିଷାମର୍ଦ୍ଦିନି ବେଶରେ ଭକ୍ତକୁ ଦର୍ଶନ ଦେଇଥାନ୍ତି । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ପୀଠରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ