santosh-saluja
ଭୁବନେଶ୍ୱର: କରୋନା ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଅଫିସରମାନେ ଲୋକସେବା ଭବନ ଯାଉନାହାନ୍ତି। ଜଣେ ଦୁଇଜଣ ପ୍ରମୁଖ ଶାସନ ସଚିବଙ୍କୁ ଛାଡ଼ି ଲୋକସେବା ଭବନରେ କାହାରି ଦେଖା ନାହିଁ। ସବୁ ବିଭାଗରେ ପିଅନ ବୁଲୁଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି।
ରାଜ୍ୟରେ କରୋନା ଦୁର୍ନୀତି ଚାଲିଥିବା କହିଛନ୍ତି ସାଲୁଜା। ସରକାର କରୋନା ତଥ୍ୟ ଲୁଚାଉଛନ୍ତି। ଏହିଭଳି ଭାବେ ସରକାର ଲୋକମାନଙ୍କ ଚିକିତ୍ସା କରୁନାହାନ୍ତି। ନେଗେଟିଭକୁ ପଜିଟିଭ୍ ଓ ପଜିଟିଭକୁ ନେଗେଟିଭ୍ କରାଯାଉଥିବା ଅଭିଯୋଗ କରିଛନ୍ତି ସାଲୁଜା।
ସାଲୁଜା ଆହୁରି କହିଛନ୍ତି, ମୁଁ ତିନିମାସ ତଳେ କହିଥିଲି ଯେ ଲକ୍ଷେରୁ ଅଧିକ ପଜିଟିଭ୍ ବାହାରିବେ। ତା'ଛଡ଼ା ଟିଏମସିରୁ ସରକାର ଟେଷ୍ଟ କରିବା ନେଇ ମଧ୍ୟ କହିଥିଲୁ। ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟ ସରକାର କରୋନାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନି। ତେବେ ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/santosh-saluja_1625461638.jpg)