Advertisment

ମୋବାଇଲ୍‌ ପାଇଁ ଶାନ୍ତୁନଙ୍କ ଚାଲିଗଲା ଜୀବନ

ବଲାଙ୍ଗିର: ମୋବାଇଲ୍‌ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା। ଏଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ବାଦିମୁଣ୍ଡା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ୨୫ ବର୍ଷୀୟ ଶାନ୍ତୁନ ନାଏକ। ଖବର ଅନୁଯାୟୀ, ଶାନ୍ତୁନଙ୍କର ଏକ ଦାମି ମୋବାଇଲ୍‌ କିଛି ଦିନ ପୂର୍ବେ ଚୋରି ହୋଇଯାଇଥିଲା। ଗାଁର ଶ୍ରବଣ ଦାସ ଓ ଗୋଦାମ ଭୋଇ ମୋବାଇଲ ନେଇଯାଇଥିବା ତାଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ଗତକାଲି ରାତିରେ ଶାନ୍ତୁନ ସେମାନଙ୍କୁ ପଚାରିଥିଲେ। ଏକଥାକୁ ନେଇ […]

ମୋବାଇଲ୍‌ ପାଇଁ ଶାନ୍ତୁନଙ୍କ ଚାଲିଗଲା ଜୀବନ

ssss

Advertisment

ବଲାଙ୍ଗିର: ମୋବାଇଲ୍‌ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା। ଏଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ବାଦିମୁଣ୍ଡା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ୨୫ ବର୍ଷୀୟ ଶାନ୍ତୁନ ନାଏକ।

Advertisment

ଖବର ଅନୁଯାୟୀ, ଶାନ୍ତୁନଙ୍କର ଏକ ଦାମି ମୋବାଇଲ୍‌ କିଛି ଦିନ ପୂର୍ବେ ଚୋରି ହୋଇଯାଇଥିଲା। ଗାଁର ଶ୍ରବଣ ଦାସ ଓ ଗୋଦାମ ଭୋଇ ମୋବାଇଲ ନେଇଯାଇଥିବା ତାଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ଗତକାଲି ରାତିରେ ଶାନ୍ତୁନ ସେମାନଙ୍କୁ ପଚାରିଥିଲେ। ଏକଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଶ୍ରବଣ ଓ ଗୋଦାମ ଦୁହେଁ ମିଶି ଶାନ୍ତୁନଙ୍କୁ ପିଟିପିଟି ହତ୍ୟା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜକୁ ପଠାଇଦେଇଛି। ପୋଲିସ ଗୋଦାମକୁ ଅଟକ ରଖିଥିବାବେଳେ ଶ୍ରବଣ ଫେରାର ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ