Advertisment

ବିଜେପୁରରେ ନବୀନଙ୍କୁ ମୁକାବିଲା କରିବେ ବିଜେପିର ସନତ

ଭୁବନେଶ୍ୱର: ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଦେଇଛି। ସନତ ଗଡ଼ତିଆଙ୍କୁ ବିଜେପୁର ପାଇଁ ବିଜେପି ଟିକେଟ୍‌ ଦେଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟର ଏହି ଗୋଟିଏ ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି। ବିଜେପୁର ଆସନରୁ ବିଜେଡି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ହୋଇଥିବାରୁ ଏହି ଆସନ […]

ବିଜେପୁରରେ ନବୀନଙ୍କୁ ମୁକାବିଲା କରିବେ ବିଜେପିର ସନତ

bjp

Advertisment

ଭୁବନେଶ୍ୱର: ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଦେଇଛି। ସନତ ଗଡ଼ତିଆଙ୍କୁ ବିଜେପୁର ପାଇଁ ବିଜେପି ଟିକେଟ୍‌ ଦେଇଛି।

Advertisment

ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟର ଏହି ଗୋଟିଏ ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି।

ବିଜେପୁର ଆସନରୁ ବିଜେଡି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ହୋଇଥିବାରୁ ଏହି ଆସନ ଏବେ ଚର୍ଚ୍ଚାରେ ରହିଛି।

Advertisment

ବିଜେପି ବିଜେପୁର ସମେତ  ଗତକାଲି ବିଳମ୍ବିତ ରାତିରେ ୪ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ଆସାମର ନାଓଗୋଙ୍ଗ ପାଇଁ ରୂପକ ଶର୍ମା, କର୍ଣ୍ଣାଟକର ବାଙ୍ଗାଲୋର ରୁରାଲ ପାଇଁ ଅଶ୍ୱତ ନାରାଇନ, ବାଙ୍ଗାଲୋର ସାଉଥ ପାଇଁ ତେଜସ୍ୱୀ ସୂର୍ଯ୍ୟ ଏଲ.ଏସ୍‌ ଓ ଉତ୍ତର ପ୍ରଦେଶର ହାଥ୍ରାସ ପାଇଁ ଲଢିବେ ରାଜବୀର ସିଂ ବାଲ୍ମିକୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ