Advertisment

Sand Mafia Attack Police: ବାଲି ମାଫିଆଙ୍କ ଦୌରାତ୍ମ୍ୟ; ପୋଲିସ୍‌କୁ ବି ଛାଡିଲେ ନାହିଁ

ବାଲି ମାଫିଆଙ୍କ ଦୌରାତ୍ମ୍ୟ। ପୋଲିସ୍‌କୁ ବି ଛାଡିଲେ ନାହିଁ। ପୋଲିସ୍ ଗାଡି ଉପରକୁ କଲେ ପଥର ମାଡ। ବାଲି ଚୋରା ଚାଲାଣ ଗାଡିକୁ ଧରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ। ପୋଲିସ ଗାଡ଼ିକୁ ବାଲି ମାଫିଆମାନେ ପଥର ମାଡ଼ କରି ଭାଙ୍ଗି ଦେଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା କର୍ମଚାରୀ।

author-image
Pramod Behera
Sand Mafia Attack Police

ବାଲି ମାଫିଆଙ୍କ ଦୌରାତ୍ମ୍ୟ Photograph: (OTV)

ବାଲି ମାଫିଆଙ୍କ ଦୌରାତ୍ମ୍ୟ। ପୋଲିସ୍‌କୁ ବି ଛାଡିଲେ ନାହିଁ। ପୋଲିସ୍ ଗାଡି ଉପରକୁ କଲେ ପଥର ମାଡ। ବାଲି ଚୋରା ଚାଲାଣ ଗାଡିକୁ ଧରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ। ପୋଲିସ ଗାଡ଼ିକୁ ବାଲି ମାଫିଆମାନେ ପଥର ମାଡ଼ କରି ଭାଙ୍ଗି ଦେଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା କର୍ମଚାରୀ। 

Advertisment

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ମହାନଦୀ ପଠାରେ ବେଆଇନ ବାଲି ଉତ୍ତୋଳନ ବେଳେ ଖବର ପାଇ କୃଷ୍ଣାନନ୍ଦପୁର ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା। ପୋଲିସ ଚଢ଼ାଉ କରି ୩ ବାଲି ଟ୍ରାକ୍ଟର ଜବତ କରିଥିବା ବେଳେ ବାଲି ମାଫିଆମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ ଆଉ ସେଠାରୁ ଖସି ପଳାଇଥିଲେ। 

କୃଷ୍ଣାନନ୍ଦପୁର ଥାନା ପକ୍ଷରୁ ଏହି ଘଟଣାରେ ପୃଥକ୍ ପୃଥକ୍ ୨ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହିତ ଦୁର୍ବୁତ୍ତମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିବା କହିଛନ୍ତି ଥାନା ଅଧିକାରୀ ସୁବ୍ରତ ଦାଶ।

Advertisment
Illegal Sand Mining Police Jagatsinghpur
Advertisment
Advertisment