Advertisment

ଭୋଟରଙ୍କୁ ସଚେତନ ପାଇଁ ବାଲୁକା କଳା

ପୁରୀ (ମଧୁସୂଦନ ମିଶ୍ର): ଭୋଟରମାନଙ୍କୁ ସଚେତନ କରିବା ପାଇଁ ପୁରୀ ଲାଇଟ୍‌ ହାଉସ ନିକଟସ୍ଥ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପ୍ରୟାସ କରିଛନ୍ତି। ଏହାର ଥିମ୍‌ ରହିଛି ‘ଭୋଟ ଫର୍ ବେଟର ଇଣ୍ଡିଆ’। ଭୋଟରମାନେ କୌଣସି ପ୍ରକାରେ ପ୍ରଭାବିତ ନହୋଇ ସଠିକ୍‌ ମତଦାନ କରିବା ସହ ସୁଦୃଢ ଓ ବିକାଶଶୀଳ ଦେଶ ନିର୍ମାଣରେ ସାହାଯ୍ୟ କରିବାକୁ […]

ଭୋଟରଙ୍କୁ ସଚେତନ ପାଇଁ ବାଲୁକା କଳା

puri

Advertisment

ପୁରୀ (ମଧୁସୂଦନ ମିଶ୍ର): ଭୋଟରମାନଙ୍କୁ ସଚେତନ କରିବା ପାଇଁ ପୁରୀ ଲାଇଟ୍‌ ହାଉସ ନିକଟସ୍ଥ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପ୍ରୟାସ କରିଛନ୍ତି।

Advertisment

ଏହାର ଥିମ୍‌ ରହିଛି ‘ଭୋଟ ଫର୍ ବେଟର ଇଣ୍ଡିଆ’। ଭୋଟରମାନେ କୌଣସି ପ୍ରକାରେ ପ୍ରଭାବିତ ନହୋଇ ସଠିକ୍‌ ମତଦାନ କରିବା ସହ ସୁଦୃଢ ଓ ବିକାଶଶୀଳ ଦେଶ ନିର୍ମାଣରେ ସାହାଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

sand

୨୦ଫୁଟ୍‌ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ଟନ୍‌ ବାଲି ବ୍ୟବହାର ହୋଇଛି।

ଅ଼ନ୍ୟପକ୍ଷରେ ଦିବ୍ୟାଙ୍ଗ ଭୋଟରଙ୍କ ଉଦ୍ଦେଶ୍ୟରେ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ  ନିଆରା ବାର୍ତ୍ତା ଦେଇଛନ୍ତି। ପ୍ରାୟ ଅଢ଼େଇ ଫୁଟ ଉଚ୍ଚର ମାଟିରେ ପ୍ରସ୍ତୁତ ଏହି କଳାକୃତିରେ ଦିବ୍ୟାଙ୍ଗ ଭୋଟରମାନେ ଭୋଟ୍‌ ଦେବାକୁ ଯାଉଥିବା ପ୍ରଦର୍ଶିତ ହୋଇଛି। ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏଭଳି ଆକର୍ଷଣୀୟ କଳାକୃତି ନିର୍ମାଣ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ