Baliyatra Photograph: (OTV)
ମନ ଜିଣୁଛି କଟକ ବାଲିଯାତ୍ରା। ମହାନଦୀ ତଟରେ ଜମୁଛି ରାଜ୍ୟର ସର୍ବବୃହତ୍ତ ମୁକ୍ତାକାଶ ବ୍ୟବସାୟ। ସଂଧ୍ୟା ନଇଁଲେ ଜମୁଛି ଖଚାଖଚ ଭିଡ଼। ଘର କରଣା ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଗୋଟିଏ ସ୍ଥାନରେ ମିଳୁଥିବାରୁ ଲୋକେ ଏହାକୁ ହାତଛଡ଼ା କରୁ ନାହାନ୍ତି। ତେବେ ବାଲିଯାତ୍ରାରେ ବିଶେଷ ଆକର୍ଷଣ ରହିଛି ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ।
ସବୁଠୁ ବଡ଼ କଥା ହେଉଛି ଯେଉଁଠାରେ ସମ୍ବଲପୁରୀ ଶାଢ଼ି ବିକ୍ରି ହେଉଛି ସେଠାରେ ହିଁ ଶାଢ଼ି ପ୍ରସ୍ତୁତିର ଡେମୋ ଦେଖାଯାଉଛି । କେମିତି ତନ୍ତ ସହାୟତାରେ ବୁଣାକାର ମାନେ ଶାଢ଼ି ନିର୍ମାଣ କରୁଛନ୍ତି ତାହାର ଲାଇଭ୍ ଡେମୋ ଦେଖିବାକୁ ଆକର୍ଷିତ ହେଉଛନ୍ତି ଗ୍ରାହକ। ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ସୁଶ୍ରୀ ସଙ୍ଗିତା ।
• ମନ ଜିଣୁଛି କଟକ ବାଲିଯାତ୍ରା
• ମହାନଦୀ ତଟରେ ଜମୁଛି ରାଜ୍ୟର ସର୍ବବୃହତ୍ତ ମୁକ୍ତାକାଶ ବ୍ୟବସାୟ
• ବାଲିଯାତ୍ରାରେ ବିଶେଷ ଆକର୍ଷଣ ସମ୍ବଲପୁରୀ ହ୍ୟାଣ୍ଡଲୁମ୍
• ସମ୍ବଲପୁରୀ ଶାଢ଼ି ବିକ୍ରି ସହ ପ୍ରସ୍ତୁତିର ଲାଇଭ ଡେମୋ ଦେଖୁଛନ୍ତି ଗ୍ରାହକ
• ତନ୍ତ ସହାୟତାରେ ବୁଣାକାର ମାନେ ସେଠାରେ ନିର୍ମାଣ କରୁଛନ୍ତି ଶାଢ଼ି
• ଲାଇଭ୍ ଡେମୋ ଦେଖିବାକୁ ଆକର୍ଷିତ ହେଉଛନ୍ତି ଗ୍ରାହକ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/09/baliyatra-2025-11-09-09-04-03.jpg)