Advertisment

ଖୁବ୍‌ଶୀଘ୍ର ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ

ପୁରୀ: ପୂର୍ବପରି ଭକ୍ତମାନେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ଏନେଇ ଖୁବ୍‌ଶୀଘ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବାକୁ ଯାଉଛି। କରୋନା ଯୋଗୁ ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ତେବେ ଏହାର ପୁନଃସମୀକ୍ଷା କରି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ୍ କରିବା ପାଇଁ ଚିନ୍ତା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର […]

ଖୁବ୍‌ଶୀଘ୍ର ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ

puri

Advertisment

ପୁରୀ: ପୂର୍ବପରି ଭକ୍ତମାନେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ଏନେଇ ଖୁବ୍‌ଶୀଘ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବାକୁ ଯାଉଛି। କରୋନା ଯୋଗୁ ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ତେବେ ଏହାର ପୁନଃସମୀକ୍ଷା କରି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

Advertisment

ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ୍ କରିବା ପାଇଁ ଚିନ୍ତା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁଆର ମହାସୁଆର ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଆସନ୍ତା ପରିଚାଳନା କମିଟିର ବୈଠକ ଓ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଏସବୁ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

Advertisment

ଜାନୁଆରୀ ୨୧ ଠାରୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ପରେ ବଡ଼ ଠାକୁରଙ୍କୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟୁଛି। କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଥିଲା ।

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ