Advertisment

Rural Students Shine in: ଗ୍ରାମାଞ୍ଚଳ ଛାତ୍ରମାନଙ୍କର ସଫଳତା: ବିଜ୍ଞାନ ଓ କ୍ରୀଡାରେ ରାଜ୍ୟ ଓ ଜାତୀୟ ସମ୍ମାନ

ଗ୍ରାମାଞ୍ଚଳ ସରକାରୀ ଉଚ୍ଚ ବିଦ୍ୟାଳୟର ୩ଜଣ ଛାତ୍ର ଖବୁ ଭଲ ପ୍ରଦର୍ଶନ କରି ବିଜ୍ଞାନ ଓ କ୍ରୀଡା କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଭଳି ସଫଳତା ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ନହଙ୍ଗର ଛାତ୍ରମାନଙ୍କୁ।

author-image
Pramod Behera
Rural Students Shine in

ଗ୍ରାମାଞ୍ଚଳ ଛାତ୍ରମାନଙ୍କର ସଫଳତା: ବିଜ୍ଞାନ ଓ କ୍ରୀଡାରେ ରାଜ୍ୟ ଓ ଜାତୀୟ ସମ୍ମାନ Photograph: (OTV)

ଗ୍ରାମାଞ୍ଚଳ ସରକାରୀ ଉଚ୍ଚ ବିଦ୍ୟାଳୟର ୩ଜଣ ଛାତ୍ର ଖବୁ ଭଲ ପ୍ରଦର୍ଶନ କରି ବିଜ୍ଞାନ ଓ କ୍ରୀଡା କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଭଳି ସଫଳତା ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ନହଙ୍ଗର ଛାତ୍ରମାନଙ୍କୁ।

Advertisment

ଏହି ବିଦ୍ୟାଳୟର ଛାତ୍ର ସୟଦ ନକିବୁର ରେହମାନ ସବୁଜ ଶକ୍ତି ଉତ୍ପାଦନ ଓ ସଂରକ୍ଷଣ ଉପରେ ଏକ ବିଜ୍ଞାନ ପ୍ରକଳ୍ପ କରି ବ୍ଲକସ୍ତର, ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏବେ ଜାତୀୟ ସ୍ତରକୁ ଯିବା ପାଇଁ ରାଜ୍ୟ ବିଜ୍ଞାନ ପ୍ରତିଯୋଗୀ ଭାବରେ କୃତକାର୍ଯ୍ୟ ହୋଇଛନ୍ତି। ଠିକ ସେହିପରି ଏହି ବିଦ୍ୟାଳୟର ଦୁଇଜଣ ଛାତ୍ର ମହମ୍ମଦ ଆବେସ ଓ ସନ୍ଦୀପ କୁମାର ବେହେରା ସ୍କୋଏ ମାର୍ଶାଲ ଆର୍ଟ ଖେଳି ରାଜ୍ୟରେ ଉଭୟ ସ୍ୱର୍ଣ୍ଣ ପଦକ ଜିତିବା ସହ ଜାତୀୟ ସ୍ତରରେ ଖେଳି ବ୍ରୋଞ୍ଚ ପଦକ ଜିତିଛନ୍ତି।

ଏମାଙ୍କର ଏଭଳି ପ୍ରତିଭା ପାଇଁ ଛାତ୍ରମାନଙ୍କ ସହ ସେମାନଙ୍କ ଗାଇଡ଼ ଟିଚରମାନଙ୍କୁ ସବୁ ମହଲରୁ ପ୍ରଶଂସା ମିଳୁଛି।

Advertisment
Martial Arts Government Schools Talent
Advertisment
Advertisment