Advertisment

'ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛି , ମୋ ବାପା-ମାଆ ବାଲାଂଦେଶୀ ଥିଲେ'

ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନକୁ ବିରୋଧୀ ଦଳଗୁଡ଼ିକ ଅଯଥା ଭ୍ରମ ସୃଷ୍ଟି କରୁଛନ୍ତି। ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିଜେପି ନେତ୍ରୀ ତଥା ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀ ଆଜି ଉଭୟ ଜିଲ୍ଲାରେ ଦୁଇଟି ଜନ ସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିଥିଲେ। କୋରାପୁଟ ଜିଲ୍ଲା ଜୟପୁର ଠାରେ ଆୟୋଜିତ ସିଏଏ ସଚେତନତା ଜନସମାବେଶକୁ ସମ୍ବୋଧିତ କରି ରୂପା ଗାଙ୍ଗୁଲୀ କହିଥିଲେ ଯେ, ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛିା […]

'ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛି , ମୋ ବାପା-ମାଆ ବାଲାଂଦେଶୀ ଥିଲେ'

rupa

Advertisment

ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନକୁ ବିରୋଧୀ ଦଳଗୁଡ଼ିକ ଅଯଥା ଭ୍ରମ ସୃଷ୍ଟି କରୁଛନ୍ତି। ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିଜେପି ନେତ୍ରୀ ତଥା ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀ ଆଜି ଉଭୟ ଜିଲ୍ଲାରେ ଦୁଇଟି ଜନ ସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିଥିଲେ।

Advertisment

କୋରାପୁଟ ଜିଲ୍ଲା ଜୟପୁର ଠାରେ ଆୟୋଜିତ ସିଏଏ ସଚେତନତା ଜନସମାବେଶକୁ ସମ୍ବୋଧିତ କରି ରୂପା ଗାଙ୍ଗୁଲୀ କହିଥିଲେ ଯେ, ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛିା କାରଣ ମୋ ବାପା ଏବଂ ମାଆ ବାଲାଂଦେଶୀ ଥିଲେ। ଭାରତ ବିଭାଜନ ପରେ ଆମେ ବାଲାଂଦେଶରୁ ଭାରତ ଆସିଯାଇଥିଲୁ । ଭାରତର କୋଲକାତା ଠାରେ ମୁଁ ଜନ୍ମ ହୋଇଥିଲି । ମୋ ବାପା ମାଆଙ୍କ ପରି ଲକ୍ଷାଧିକ ଲୋକ ଏହି ଦେଶକୁ ଆସିଥିଲୋ ଶରଣାର୍ଥୀମାନଙ୍କ ମନରେ ସର୍ବଦା ନାଗରିକତା ପାଇବା ପାଇଁ ବ୍ୟାକୁଳତା ରହିଥାଏ। ଏହି ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ ପାଇଁ ନୂତନ ଆଶାର ଆଲୋକ ଆଣିଛି।

ସେହିପରି ମାଲକାନଗିରି ଜିଲ୍ଲାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ଗାଙ୍ଗୁଲି କହିଛନ୍ତି ଯେ, ଭାରତ ବିଭାଜନ ପରେ ଅନେକ ଶରଣାର୍ଥୀଙ୍କୁ ବିଭିନ୍ନ ଉପାୟରେ ନାଗରିକତା ଦିଆଯାଇଛି। କଂଗ୍ରେସ ସରକାର ସମୟରେ ଉଗାଣ୍ଡା ଏବଂ ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କୁ ନାଗରିକତା ପ୍ରଦାନ କରାଯାଇଛିା ଏହା ପରେ ଭାରତରେ ନାଗରିକ ଭାବେ ରହିବାକୁ ଚାହୁଁଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବି ନାଗରିକତା ଦିଆଯାଇଛି। ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତ୍ତନ କରାଇଛିା ଧର୍ମ ପରିବର୍ତ୍ତନର କରିନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ହତ୍ୟା କରିଛି। ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ ବୋଲି ଶ୍ରୀମତୀ ଗାଙ୍ଗୁଲୀ କହିଛନ୍ତିା

Advertisment

ସମାବେଶ ସଭାରେ ଶ୍ରୀମତୀ ଗାଙ୍ଗୁଲୀଙ୍କୁ ବ୍ୟାପକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ।। ଜୟପୁର ସମାବେଶରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଜିଲ୍ଲା ସଭାପତି ସମୁନ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ବିଜୟ ମିଶ୍ର, କାଳିରାମ ମାଝୀ, ଗୌତମ ସାମନ୍ତରାୟଙ୍କ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସମାବେଶରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ପର୍ଶୁରାମ ମାଝୀ, ବିଧାୟକ ତଥା ଜିଲ୍ଲା ସଭାପତି ଆଦିତ୍ୟ ମାଢ଼ୀ, ନିମାଇ ପାଲ, ଅକ୍ଷୟ ବିଶ୍ୱାଳ, ଶ୍ୟାମଳ ସୁନାନୀଙ୍କ ସମେତ ଜିଲ୍ଲା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ