Advertisment

ଚଳନ୍ତା ଟ୍ରେନ୍‌ରୁ ହେଉଛି ଲୁଟ୍ ! ସାବଧାନ

ଭୁବନେଶ୍ୱର : ଟ୍ରେନ୍ ଚାଲିବା ବେଳେ ଆପଣ ଗେଟ୍ ପାଖରେ ଠିଆ ହୋଇଛନ୍ତି କି ? ତା ହେଲେ ସାବଧାନ ।  କାରଣ କୌଣସି ମୁହୂର୍ତ୍ତରେ ବି କିଛି ବି ହୋଇପାରେ ଆପଣଙ୍କ ସହ । ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ଆପଣ ବି ଭୟଭୀତ ହୋଇ ପଡ଼ିବେ । ଟ୍ରେନ୍ ଧୀରେ ଧୀରେ ଗତି କରୁଛି, ଏହି ସମୟରେ ଦୁଇ ଜଣ ଦୁବୃର୍ତ୍ତ ହଠାତ୍ ଟ୍ରେନ୍ ଉପରେ ଚଢ଼ି ମହିଳାଙ୍କ […]

ଚଳନ୍ତା ଟ୍ରେନ୍‌ରୁ ହେଉଛି ଲୁଟ୍ ! ସାବଧାନ

loot

Advertisment

ଭୁବନେଶ୍ୱର : ଟ୍ରେନ୍ ଚାଲିବା ବେଳେ ଆପଣ ଗେଟ୍ ପାଖରେ ଠିଆ ହୋଇଛନ୍ତି କି ? ତା ହେଲେ ସାବଧାନ ।  କାରଣ କୌଣସି ମୁହୂର୍ତ୍ତରେ ବି କିଛି ବି ହୋଇପାରେ ଆପଣଙ୍କ ସହ ।

Advertisment

ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ଆପଣ ବି ଭୟଭୀତ ହୋଇ ପଡ଼ିବେ । ଟ୍ରେନ୍ ଧୀରେ ଧୀରେ ଗତି କରୁଛି, ଏହି ସମୟରେ ଦୁଇ ଜଣ ଦୁବୃର୍ତ୍ତ ହଠାତ୍ ଟ୍ରେନ୍ ଉପରେ ଚଢ଼ି ମହିଳାଙ୍କ ବେକରୁ ଚେନ ଟାଣି ନେଇ ଚମ୍ପଟ ମାରୁଛନ୍ତି।

ଖାଲି ଲୁଟ୍ ନୁହେଁ ମହିଳା ବି ଟାଣି ହୋଇ ଚାଲିଯାଇଥିଲେ ଏଥିରେ। ସୌଭାଗ୍ୟବଶତଃ ସହ ଯାତ୍ରୀ ଜଣକ ତାଙ୍କୁ ଧରି ପକାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏପରି ଘଟଣା ବହୁବାର ଟ୍ରେନ୍ ଷ୍ଟେସନ୍‌ରୁ ଛାଡ଼ିବା ଏବଂ ଷ୍ଟେସନ୍‌ରେ ପହଞ୍ଚିବା ବେଳେ ହେଉଛି। ଯାହା ପରେ ଏନେଇ ସଚେତନ କରିବାକୁ ରେଲ୍‌ୱେ ଭିଜିଲାନ୍ସ ପକ୍ଷରୁ ଏହି ଭିଡିଓଙ୍କୁ ଜାରି କରାଯାଇଛି।

Advertisment

ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରିବା ବେଳେ ଯଦି, ଟଏଲେଟ୍ କିମ୍ବା ଗେଟ୍ ପାଖରେ ଛିଡ଼ା ହୋଇଥାନ୍ତି, ତେବେ ଗେଟ୍‌କୁ ବନ୍ଦ କରିବା ଉପରେ ଧ୍ୟାନ ଦେବାକୁ ନିବେଦନ କରାଯାଇଛି। ଯାହାଦ୍ୱାରା ଏପରି ଘଟଣାକୁ ଏଡ଼ାଇ ଦିଆଯାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ