Advertisment

Mukhyamantri Kanya Bibaha Yojana: ଝିଅ ବାହାଘର ପାଇଁ ଟେନ୍‌ସନ୍‌ ନାହିଁ; ଟଙ୍କା ଦେବେ ସରକାର, ଉପହାର ବି ମିଳିବ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ ଲାଇନ୍। ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି। ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି।

Mukhyamantri Kanya Bibaha Yojana

Mukhyamantri Kanya Bibaha Yojana Photograph: (OTV)

Advertisment

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବା ଏମକେବିୱାଇକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ। କନ୍ୟା ବିବାହ ଯୋଜନାରେ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ ଲାଇନ୍। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷୁର ଚିଠି ଲେଖାଯାଇଛି।

Advertisment

ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି। ସେ ଟଙ୍କାରୁ ୩୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ। ବିବାହ ଉପହାର ୧୦ ହଜାର, ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା। ଏଥିପାଇଁ  ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ।

ତେବେ ସମାଜର ଆର୍ଥିକ ଅନଗ୍ରସର ଓ ସାମାଜିକ ଭାବେ ଅବହେଳିତ ଗୋଷ୍ଠୀଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ। ବିଧବାଙ୍କ ଦ୍ବିତୀୟ ବିବାହକୁ ପ୍ରୋତ୍ସାହନ ତଥା ୧୮ ବର୍ଷରୁ କମ୍ ବୟସର କନ୍ୟା ବିବାହ ରୋକିବାକୁ ଏହି ସ୍କିମ୍ କାମ କରିବ।

Advertisment

•    କନ୍ୟା ବିବାହ ଯୋଜନା: ମିଳିବ ୫୧ ହଜାର ଟଙ୍କା
•    ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍ ଲାଇନ୍
•    ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି
•    ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି
•    ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା
•    ବିବାହ ଉପହାର ୧୦ ହଜାର, ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା
•    ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବ

Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ