Bank Loot Photograph: (OTV)
ବଡବିଲରେ ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ ଘଟଣାରେ ପୋଲିସ୍ ତନାଘନା ଚଳାଇଛି। ସିସିଟିଭି ଫୁଟେଜ୍ ଘାଣ୍ଟି ତଦନ୍ତ ଚଳାଇଛି ପୋଲିସ। ଗତକାଲି ଘଟିଥିଲା ଏହି ଲୁଟ୍। ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଲୁଟି ନେଇଥିଲେ ୫କୋଟିରୁ ଅଧିକ ମୂଲ୍ୟର ଗହଣା ସାଙ୍ଗକୁ ୮ ଲକ୍ଷ ଟଙ୍କା।
କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଘଟିଛି ଏହି ଲୁଟ୍। ଡକାୟତମାନେ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ କଥାବାର୍ତ୍ତା ହେଉଥିଲେ। କୁହାଯାଉଛି ୬ଜଣ ଡକାୟତ ସାଧାରଣ ଗ୍ରାହକ ବେଶରେ ଆସି ବନ୍ଧୁକ ମୁନରେ ଲୁଟ କରି ଚମ୍ପଟ ମାରିଥିଲେ।
କେନ୍ଦୁଝର ବଡ଼ବିଲରେ ବଡ଼ଧରଣର ବ୍ୟାଙ୍କ୍ ଲୁଟ୍
ବନ୍ଧୁକ ମୁନରେ ଲୁଟିନେଲେ ୫ କୋଟି ଟଙ୍କାର ଗହଣା
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରୁ ଲୁଟ୍
ନଗଦ ୮ଲକ୍ଷ ଟଙ୍କା ଧରି ଛୁ ୬ ଡକାୟତ
ସିସିଟିଭି ଫୁଟେଜ୍ ଘାଣ୍ଟୁଛି ପୋଲିସ
ଜିଲ୍ଲାର ସବୁ ରାସ୍ତାକୁ ନାକାବନ୍ଦୀ କରି ତନାଘନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/bank-loot-2026-01-20-09-50-52.jpg)