Advertisment

କାହିଁକି ଘରୋଇ ବ୍ୟାଙ୍କ ପାଖକୁ ଗଲା ମହାପ୍ରଭୁଙ୍କ ପାଣ୍ଠି ? ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ପୁରୀ : କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କ କର୍ପସ୍‌ ପଣ୍ଡ ଓ ହୁଣ୍ଡି ଟଙ୍କା ଜମା ହୋଇଛି ଏକ ଘରୋଇ ବ୍ୟାଙ୍କରେ। କୋଟିଏ କି ଦୁଇ କୋଟି ନୁହେଁ, ମହାପ୍ରଭୁଙ୍କ ୬୦୦ କୋଟି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରୁ ଉଠାଇଯାଇ YES ବ୍ୟାଙ୍କରେ ଜମା ହୋଇଛି। ଯାହାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିରର ସମସ୍ତ ପାଣ୍ଠିର ମାଲିକ ମନ୍ଦିର ପରିଚାଳନା କମିଟି। ଅଭିଯୋଗ ହେଉଛି, ମହାପ୍ରଭୁଙ୍କ […]

କାହିଁକି ଘରୋଇ ବ୍ୟାଙ୍କ ପାଖକୁ ଗଲା ମହାପ୍ରଭୁଙ୍କ ପାଣ୍ଠି ? ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

BANK

Advertisment

ପୁରୀ : କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କ କର୍ପସ୍‌ ପଣ୍ଡ ଓ ହୁଣ୍ଡି ଟଙ୍କା ଜମା ହୋଇଛି ଏକ ଘରୋଇ ବ୍ୟାଙ୍କରେ। କୋଟିଏ କି ଦୁଇ କୋଟି ନୁହେଁ, ମହାପ୍ରଭୁଙ୍କ ୬୦୦ କୋଟି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରୁ ଉଠାଇଯାଇ YES ବ୍ୟାଙ୍କରେ ଜମା ହୋଇଛି। ଯାହାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଶ୍ରୀମନ୍ଦିରର ସମସ୍ତ ପାଣ୍ଠିର ମାଲିକ ମନ୍ଦିର ପରିଚାଳନା କମିଟି। ଅଭିଯୋଗ ହେଉଛି, ମହାପ୍ରଭୁଙ୍କ ଟଙ୍କା ପ୍ରାଇଭେଟ୍‌ ବ୍ୟାଙ୍କରୁ ଉଠାଇ ଜାତୀୟକରଣ ବ୍ୟାଙ୍କରେ ଜମା କରିବା ପୂର୍ବରୁ ପରିଚାଳନା କମିଟିର ଅନୁମୋଦନ ନିଆଯାଇନି। ଏପରିକି ଅର୍ଥ ସଂପର୍କିତ ସବ୍‌କମିଟିରେ ମଧ୍ୟ ଆଲୋଚନା ହୋଇନି। ତେଣୁ କେଉଁ ସ୍ୱାର୍ଥରେ ଘରୋଇ ବ୍ୟାଙ୍କକୁ ମହାପ୍ରଭୁଙ୍କ ସଂପତ୍ତି ଟେକିଦେଲା ଶ୍ରୀମନ୍ଦିର ପ୍ରଶାସନ? କେବଳ ସୁଧର ଲୋଭ? ନା ଏହା ପଛରେ ଅଛି ବଡ଼ ରହସ୍ୟ? ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦରକାର ପଡ଼ିଲେ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର।

ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ କାଠଗଡ଼ାରେ ଠିଆ କରିଛନ୍ତି ବିରୋଧୀ। ବିଜେପି କହିଛି, ଘରୋଇ ବ୍ୟାଙ୍କରେ ଶାସକ ଦଳର କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଅଛନ୍ତି। ଯେଉଁଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟରେ ମଧ୍ୟ ପାଣ୍ଠି ସଂକ୍ରାନ୍ତ ତଥ୍ୟ ଦେଇନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାର ଯୁକ୍ତି କଣ, ରାଜ୍ୟ ସରକାର ତାହା ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାହା ନିର୍ଦ୍ଦେଶରେ ଟଙ୍କା ରଖାଯାଇଛି, ଆଇନ୍ ବିଭାଗର ଏନେଇ ନିର୍ଦ୍ଦେଶ ଥିଲା କି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ହେଲେ ବିଜେଡି ପ୍ରସଙ୍ଗକୁ ଏଡ଼ାଇ ଯାଇଛି।

Advertisment

ସେପଟେ ଏନେଇ ଗତ ଡିସେମ୍ବର ୨୦ ତାରିଖ ପରିଚାଳନା କମିଟି ବୈଠକରେ ତର୍କ ବିତର୍କ ପରେ ମହାପ୍ରଭୁଙ୍କ ପାଣ୍ଠି ୟେସ୍ ବ୍ୟାଙ୍କରୁ ପୁଣି ଜାତୀୟକରଣ ବ୍ୟାଙ୍କକୁ ଆଣିବା ଲାଗି ୧୭ଟି ପବ୍ଲିକ ସେକ୍ଟର ବ୍ୟାଙ୍କଠୁ ଟେଣ୍ଡର ଆହ୍ୱାନ କରାଯାଇଛି। ତେବେ ନିକଟରେ ସରକାରୀ ପାଣ୍ଠିକୁ ୟେସ୍ ବ୍ୟାଙ୍କରେ ଜମା କରିବା ଘଟଣାରେ ଗଫଲତି ନେଇ ଆଇଏଏସ୍ ବିଜୟ କେତନ ଉପାଧ୍ୟୟ ଓ ବ୍ୟାଙ୍କର ସନ୍ତୋଷ ପଟ୍ଟନାୟକଙ୍କୁ ଜେଲ୍‌ ଯିବାକୁ ପଡ଼ିଥିବା ବେଳେ ଏ କ୍ଷେତ୍ରରେ ସରକାର କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ