Advertisment

Rockfall: ପଥର ଖସି ଟ୍ରେନ ଚଳାଚଳ ବନ୍ଦ

ବିଶାଖାପାଟଣା-କିରାଣ୍ଡୁଳ କେକେ ରେଳପଥରେ ଭୋର ଚାରିଟା ସମୟରେ ଖସିଲା ପଥର। ଆନ୍ଧ୍ର ଚିମିଡିପାଲି ଓ ଟାୟାଡା ଷ୍ଟେସନ ମଧ୍ୟରେ ପଥର ଖସିଲା। ଟ୍ରେନ ଚଳାଜଳ ବାତିଲ କରାଯାଇଛି।

RAILWAY-TRACK

RAILWAY-TRACK Photograph: (OTV)

Advertisment

ରେଳପଥ ଉପରେ ପଡ଼ିଲା ପଥର। ଟ୍ରେନ ଚଳାଚଳ ବନ୍ଦ। ଆନ୍ଧ୍ର-ଓଡ଼ିଶା-ଛତିଶଗଡ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଳ କେକେ ରେଳପଥରେ ଘଟିଛି ଅଘଟଣ । ଭୋର ଚାରିଟା ସମୟରେ ଆନ୍ଧ୍ର ଚିମିଡିପାଲି ଓ ଟାୟାଡା ଷ୍ଟେସନ ମଧ୍ୟ ରେଳପଥ ଉପରେ ବିରାଟ ପଥର ଖସିପଡ଼ିଥିଲା । 
ପଥର ସହ ଧକ୍କା ହୋଇ ମାଲଗାଡ଼ି ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ମାଲଗାଡିର ସମସ୍ତ ବଗି ଓ ଇଞ୍ଜିନକୁ ରେଳପଥରୁ ହଟାଇ ଆବଶ୍ୟକ ମରାମତି କରାଯାଉଛି । ଏହି ଟ୍ରାକରେ ଆଜି ଯିବାକୁ ଥିବା କିରନଦୂଲ୍-ବିଶାଖାପାଟଣା ଟ୍ରେନ ବାତିଲ କରାଯାଇଛି। ମଧ୍ୟାହ୍ନ ସୁଦ୍ଧା ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ରେଲୱେ ତରଫରୁ ସୂଚନା ଦିଆଯାଇଛି ।

Advertisment

ଅଧିକ ଦେଖନ୍ତୁ:

Railway Track
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ