Accidental Death Photograph: (OTV)
ରାଜଧାନୀରେ ହୋର୍ଡିଂ ପଡ଼ି ୨ ମୃତ୍ୟୁ ଘଟଣାରେ ରାସ୍ତାରୋକ। ଆଇଗିଣିଆଠାରେ ଜାତୀୟ ରାଜପଥ ଅବରୋଧ କଲେ ପରିବାର ଓ ସ୍ଥାନୀୟ ବାସିନ୍ଦା। ଜାତୀୟ ରାଜପଥ ଅବରୋଧ ଯୋଗୁ ଉଭୟ ପଟେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଖଣ୍ଡଗିରି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ଗତକାଲି ବର୍ଷା ପବନରେ ହୋର୍ଡିଂ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ହେଲେ ସୁରେନ୍ଦ୍ର ଗୌଡ଼ ଓ ସଚିଦାନନ୍ଦ ପ୍ରଧାନ। ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଥିବା ହୋର୍ଡିଂ ବର୍ଷା ପବନରେ ଖସି ପଡ଼ିଥିଲା। ତଳେ ଥିବା ଦୋକାନରେ ଠିଆ ହୋଇଥିବା ଲୋକଙ୍କ ଉପରେ ଖସି ପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/accidental-death-2026-02-25-14-03-48.jpg)