Advertisment

Rituals Stop at Lingaraj Temple: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ, ମକରରେ ବି ପ୍ରଭୁଙ୍କ ନୀତିକାନ୍ତି ବନ୍ଦ

ମକରରେ ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ତେଜିଲା ବଡ଼ୁ ଓ ସୁଆର ନିଯୋଗ ବିବାଦ। ସେବାୟତଙ୍କ ବିବାଦ ଯୋଗୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ହୋଇଥିଲା ବିବାଦ।

Lingaraj

Lingaraj Photograph: (OTV)

Advertisment

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ଆଜି ମକରରେ ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ତେଜିଲା ବଡ଼ୁ ଓ ସୁଆର ନିଯୋଗ ବିବାଦ।  ସେବାୟତଙ୍କ ବିବାଦ ଯୋଗୁ ଗତକାଲିଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। 

Advertisment

ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ହୋଇଥିଲା ବିବାଦ । କ୍ଷୀର ଆଉଟା କିଏ କରିବ, ତାକୁ ନେଇ ଲାଗିଥିଲା ଟଣାଓଟରା । ବିବାଦ ଯୋଗୁ ସନ୍ଧ୍ୟାଧୂପ ପରଠୁ ଆଉ ହୋଇନି ନୀତିକାନ୍ତି । ଆଜି ମକରରେ ବି ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ଏବେଯାଏଁ ବାବା ଲିଙ୍ଗରାଜଙ୍କ ପାଖରେ ଲାଗିପାରିଲାନି ଭୋଗ । ଯାହାକୁ ନେଇ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁସାରେ, ଗତବର୍ଷ ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢା ନୀତିର କ୍ଷୀର ଆଉଟା ପାଇଁ ବଡୁ ଓ ସୁଆର ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। 

Advertisment

ମକର ପୂର୍ବ ସନ୍ଧ୍ୟାରେ କ୍ଷୀର ଆଉଟାଇବା ପାଇଁ ପରବ ଯାତ୍ରା ବିଷୋୟୀ ଜାଳ କାଠ ଓ ଅସ୍ଥାୟୀ ଚୁଲି ପ୍ରସ୍ତୁତ କରିବେ ଏବଂ ଘଣ୍ଟ ଏବଂ ମେଘ ଡମ୍ବରୁ ଘୃତ କମଳ ଲାଗି କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଅବୈଧ ଦର୍ଶାଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ। ଉକ୍ତ ଶୁଣାଣିରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଠାକୁରଙ୍କ ନବାଙ୍କ ବେଢ଼ା ନୀତି ସ୍ଥଗିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଯାହା ଫଳରେ ନବାଙ୍କ ବେଢ଼ା ନୀତି ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର ସୂଚନା ଦେଇଛନ୍ତି । ଆଜି ମକର ସଂକ୍ରାନ୍ତିରେ ମଧ୍ୟ ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ହେଉନଥିବାରୁ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Advertisment

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ
ମକରରେ ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ତେଜିଲା ବଡ଼ୁ ଓ ସୁଆର ନିଯୋଗ ବିବାଦ 
ସେବାୟତଙ୍କ ବିବାଦ ଯୋଗୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ହୋଇଥିଲା ବିବାଦ
କ୍ଷୀର ଆଉଟା କିଏ କରିବ, ତାକୁ ନେଇ ଟଣାଓଟରା
ଗତକାଲି ସନ୍ଧ୍ୟାଧୂପ ପରଠୁ ହୋଇନି ନୀତିକାନ୍ତି
ସେବାୟତଙ୍କ ବିବାଦ ଯୋଗୁ ରାତିସାରା ଉପାସରେ ଠାକୁର
ଆଜି ମକରରେ ମଧ୍ୟ ହୋଇନି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଏଯାଏଁ ବାବା ଲିଙ୍ଗରାଜଙ୍କ ପାଖରେ ଲାଗିପାରିଲାନି ଭୋଗ

Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ