Kapilash Photograph: (OTV)
ଢେଙ୍କାନାଳ କପିଳାସ ପୀଠରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ। ଆଜି ସକାଳୁ ଠାକୁରଙ୍କ ସମସ୍ତ ନିତି ବନ୍ଦ କରି ଧାରଣାରେ ବସିଥିଲେ ସେବାୟତ ଓ ଛତିଶା ନିଯୋଗ। ସକାଳ ଧୁପରେ ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପାଇଁ ଯେଉଁ ଚକା ପିଠା ବାହାରେ ସେଥିପାଇଁ ବିରି ବଟା ଯାଇ ପାରିନଥିଲା।
ତା ସହିତ ଦେଓଗାଁ ସର ଘରୁ ନାଗାଭରଣ ବେଶ ପାଇଁ ସୁବର୍ଣ୍ଣ ପଞ୍ଚ ବକ୍ର ବାହାରି ମନ୍ଦିରକୁ ଯିବା କଥା ତାହା ମଧ୍ୟ ଯାଇ ପାରିନଥିଲା। ଫଳରେ ଠାକୁରଙ୍କ ନାଗାଭରଣ ବେଶ ହୋଇ ପାରିନଥିଲା। କପିଳାସ ପୀଠରେ ବାବାଙ୍କ ନିକଟରେ ପୋଲିସର ମାତ୍ରାଧିକ ମନମାନିକୁ ନେଇ ତାତିଥିଲେ ସେବାୟତ।
ଏବେ ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତଙ୍କ ଆଲୋଚନା ପରେ ବିବାଦର ସମାଧାନ ହୋଇଛି। ସଦର ପୋଲିସ ଏସଡିପିଓ ଓ ଦେବୋତ୍ତର ଇନ୍ସପେକ୍ଟର ପହଞ୍ଚି ସେବାୟତ ଓ ଛତିଶା ନିଯୋଗଙ୍କ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/15/kapilash-2026-02-15-10-47-04.jpg)