Advertisment

ଘର ଖଣ୍ଡେ ଲାଗି ଦୌଡ଼ି ଦୌଡ଼ି ନୟାନ୍ତ ୭୦ ବର୍ଷିୟ ବାବାଜୀ

କଟକ (ବିବର୍ତ୍ତନ ପଣ୍ଡା ): ପ୍ରଶାସନିକ ବ୍ୟବସ୍ଥାରେ କୁଢ କୁଢ ଯୋଜନା। ହେଲେ ଆଜି ବି  ଏହି ଯୋଜନାରୁ ଅନେକ ଦୂରରେ ବହୁ ଯୋଗ୍ୟ ହିତାଧିକାରୀ ।  ପ୍ରଶାସନିକ ଦୃଷ୍ଟିର ଅଭାବ ଅବା ଅବହେଳା ଆଜି ଲୋକଙ୍କୁ ଯୋଜନାରୁ ବଞ୍ଚିତ କରୁଛି। ଦପ୍ତରକୁ ବର୍ଷ ବର୍ଷ ଦୌଡ଼ିଲେ ବି ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି ଏହି ହିତାଧିକାରୀ । ଏମିତି ଏକ ଉଦାହରଣ କଟକରେ ଦେଖିବାକୁ ମିଳିଛି। ନିକଟରେ ଚାଲଗଲେ ସ୍ତ୍ରୀ । ଏବେ ତିନି ପ୍ରାଣୀଙ୍କୁ […]

author-image
Pradesh Pratyush
ଘର ଖଣ୍ଡେ ଲାଗି ଦୌଡ଼ି ଦୌଡ଼ି ନୟାନ୍ତ ୭୦ ବର୍ଷିୟ ବାବାଜୀ

rickshaw puller

କଟକ (ବିବର୍ତ୍ତନ ପଣ୍ଡା ): ପ୍ରଶାସନିକ ବ୍ୟବସ୍ଥାରେ କୁଢ କୁଢ ଯୋଜନା। ହେଲେ ଆଜି ବି  ଏହି ଯୋଜନାରୁ ଅନେକ ଦୂରରେ ବହୁ ଯୋଗ୍ୟ ହିତାଧିକାରୀ ।  ପ୍ରଶାସନିକ ଦୃଷ୍ଟିର ଅଭାବ ଅବା ଅବହେଳା ଆଜି ଲୋକଙ୍କୁ ଯୋଜନାରୁ ବଞ୍ଚିତ କରୁଛି। ଦପ୍ତରକୁ ବର୍ଷ ବର୍ଷ ଦୌଡ଼ିଲେ ବି ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି ଏହି ହିତାଧିକାରୀ । ଏମିତି ଏକ ଉଦାହରଣ କଟକରେ ଦେଖିବାକୁ ମିଳିଛି।

Advertisment

ନିକଟରେ ଚାଲଗଲେ ସ୍ତ୍ରୀ । ଏବେ ତିନି ପ୍ରାଣୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ୭୦ ବର୍ଷରେ ରିକ୍ସା ଟାଣୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତ କଟକ ସହରର ବାବାଜୀ ସାମଲ । ପରିବାର କହିଲେ ସାଙ୍ଗରେ ତିନି ଝିଅ। ସେଥି ମଧ୍ୟରୁ ଜଣେ ମାନସିକ ବିକାରଗସ୍ତ। ଏମିତିରେ ଖାଇବାକୁ ମିଳୁନଥିବା ବେଳେ ରୋଗୀଣା ଝିଅର ଚିକିତ୍ସା କିଭଳି କରିବେ ସେନେଇ ଚିନ୍ତିତ ।

publive-imageଘର ଖଣ୍ଟେ ଲାଗି ଆବେଦନ କରିଥିଲେ, ହେଲେ ଉଚ୍ଛେଦ ପରେ ଘର ମିଳିବ ବୋଲି କୁହା ଯିବାରୁ କରିବେ ଚିନ୍ତାରେ ଥିବା ବେଳେ ତାଲିକାରୁ ନାଁ ହଜିଗଲା । ଏବେ ପୁଣି ଅପେକ୍ଷା କରିଛନ୍ତି କେବେ ଚଢିବ ତାଙ୍କ ନାମ ହିତାଧିକାରୀ ତାଲିକାରେ ।

Advertisment

ଅର୍ଥାଭାବରୁ ଦୀର୍ଘ ୨୦ ବର୍ଷ ଧରି ଅସମ୍ପୂର୍ଣ୍ଣ ରହିଛି। ଏବେ ଘରେ ଚୁଲି ଜଳିବା ମୁସ୍କିଲ ଥିବା ବେଳେ ଘରକଥା କିଏ ପଚାରେ । ଘର ପାଇ ପୂର୍ବରୁ ବିଭିନ୍ନ ପ୍ରୟାସ କରିଥିବା ବେଳେ କୌଣସି ସୁଫଳ ମିଳିନଥିବା ବାବାଜୀଙ୍କ ଝିଅ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ବାବାଜୀଙ୍କ ସହାୟତା ଲାଗି ପ୍ରଶାସନ ନିକଟରେ ଦାବି ରଖିଛନ୍ତି ପୂର୍ବତନ କର୍ପୋରେଟର।

Advertisment
Advertisment